STORYMIRROR

Sabita Sukla

Abstract Classics Others

3  

Sabita Sukla

Abstract Classics Others

ମେଘ

ମେଘ

1 min
217


ହେ ମେଘ! ତୁମ ବକ୍ଷରେ ଅମୃତ ଜଳ ରାଶି ରଖିଅଛ,

ଈଶ୍ୱରଙ୍କ ସୃଷ୍ଟି ଅତିବ ବିଚିତ୍ର ଆମ ପାଇଁ ସରଜିଛ।1।


ତା'ର ବକ୍ଷ ଚିରି ଦେଉଅଛି ବାରି ସମସ୍ତଙ୍କ ହିତ ପାଇଁ,

ସେ ସମଦରଶୀ ଭାବକୁ ବରଷି ସୁଖଶାନ୍ତି ଢାଳିଦେଇ।2।


ମେଘ ତ ନଥିଲେ ସୃଷ୍ଟିର ସମ୍ଭବ କେବେତ ହୁଅନ୍ତା ନାହିଁ,

ପିତାଙ୍କ ସମାନ କରେ ବାରି ଦାନ ମହତ ଭାବନା ନେଇ।3।


କେଡେ କଉଶଳେ ସେ ପରମପିତା ମେଘକୁ ସରଜିଛନ୍ତି,

ଅମୃତ ସମାନ ଜଳଧାରା ମାନ ସରଗୁ ବରଷୁଛନ୍ତି।4।


ସହିଣ କଷଣ କରୁଛ ବର୍ଷଣ ସରବଙ୍କ ହିତ ପାଇଁ,

ହେ ମହା ଶକତି କରୁଛି ପ୍ରଣତି ତବ ଗୁଣ ନେବା ପାଇଁ।5।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Abstract