STORYMIRROR

Sabita Sukla

Abstract Classics Others

3  

Sabita Sukla

Abstract Classics Others

ମେଘ

ମେଘ

1 min
207


ହେ ମେଘ! ତୁମ ବକ୍ଷରେ ଅମୃତ ଜଳ ରାଶି ରଖିଅଛ,

ଈଶ୍ୱରଙ୍କ ସୃଷ୍ଟି ଅତିବ ବିଚିତ୍ର ଆମ ପାଇଁ ସରଜିଛ।1।


ତା'ର ବକ୍ଷ ଚିରି ଦେଉଅଛି ବାରି ସମସ୍ତଙ୍କ ହିତ ପାଇଁ,

ସେ ସମଦରଶୀ ଭାବକୁ ବରଷି ସୁଖଶାନ୍ତି ଢାଳିଦେଇ।2।


ମେଘ ତ ନଥିଲେ ସୃଷ୍ଟିର ସମ୍ଭବ କେବେତ ହୁଅନ୍ତା ନାହିଁ,

ପିତାଙ୍କ ସମାନ କରେ ବାରି ଦାନ ମହତ ଭାବନା ନେଇ।3।


କେଡେ କଉଶଳେ ସେ ପରମପିତା ମେଘକୁ ସରଜିଛନ୍ତି,

ଅମୃତ ସମାନ ଜଳଧାରା ମାନ ସରଗୁ ବରଷୁଛନ୍ତି।4।


ସହିଣ କଷଣ କରୁଛ ବର୍ଷଣ ସରବଙ୍କ ହିତ ପାଇଁ,

ହେ ମହା ଶକତି କରୁଛି ପ୍ରଣତି ତବ ଗୁଣ ନେବା ପାଇଁ।5।



Rate this content
Log in

Similar oriya poem from Abstract