STORYMIRROR

Sabita Sukla

Others

3  

Sabita Sukla

Others

ଆକାଶ

ଆକାଶ

1 min
198


ହେ ଆକାଶ! ତୁମ ବିଶାଳ ଦେହରେ,

ସଭିଙ୍କୁ ଅଛ ଆଦରି,

ମହିମା ତୁମର ଅନନ୍ତ ଅସୀମ

ପାରୁନି କଳ୍ପନା କରି।1।


କେତେ ସେନେହରେ କୋଳେଇ ରଖିଛ,

ବିଶ୍ୱାସ ଭରା ହୃଦରେ,

ସେ ପରମ ପିତା ସରଜି ଅଛନ୍ତି 

ଏଇ ନୀଳ ଆକାଶରେ।2।


କୃତଜ୍ଞତା ରାଶି ଢାଳୁଅଛି ହସି

କର ପତ୍ର ଯୋଡିଦେଇ,

ଯେତେ ଦାନ ଦେଲ ଆକାଶୁ ପାତାଳ 

ଦିବାନିଶି ସ୍ମରୁଥାଇ।3।


ଆକାଶ ଯେପରି ସ୍ୱଚ୍ଛ ଓ ବିଶାଳ 

ମନକୁ ସ୍ୱଚ୍ଛ କରିବା,

ହିଂସା ଦ୍ୱେଷ ରାଗ ଦୂରେଇ ଦେଇଣ

ସଭିଙ୍କୁ ଆଦରି ନେବା।5।




Rate this content
Log in