STORYMIRROR

Sabita Sukla

Others

3  

Sabita Sukla

Others

ଜହ୍ନ

ଜହ୍ନ

1 min
231


ଜହ୍ନଠୁ ଶିଖିବା ଶୀତଳତା ଗୁଣ 

ଆଲୋକରେ ଦେବା ଭରି,

ସୃଷ୍ଟିର ବିଧି ନୁହେଁ ଅବଧି 

ଭଲ କାମେ ଯିବା ସରି।1।


ସୁନିୟନ୍ତ୍ରିତ ସମୟର କେବେ 

କର ନାହିଁ ବ୍ୟତିକ୍ରମ,

ଜହ୍ନଠୁ ଏ ଗୁଣ ଆପଣାଇ ନେଲେ

 ହେବ ମଣିଷ ଉତ୍ତମ।2।


ଜହ୍ନ ବାଣ୍ଟିଦିଏ ଆଲୋକର ରାଶି 

ପକ୍ଷପାତ କରେ ନାହିଁ,

ଏଇ କଥା ଆମ ହୃଦୟେ ଘେନିବା 

ସମଦର୍ଶି ହେବ ପାଇଁଁ।3।


ସୂର୍ଯ୍ୟଙ୍କ ଉତ୍ତାପ ସଦାବେଳେ ସହି 

ଶିତଳତା କରେ ଦାନ,

କରେ ନାହିଁ କେବେ ବୃଥା ପ୍ରତିବାଦ

ଏ କଥା ବିଚାରି ଘେନ।4।


ଯୁଗ ଯୁଗ ଧରି ଆମରି ପାଇଁକି

କର୍ତ୍ତବ୍ୟ ସେ କରୁଥାଏ,

ଭଲ କାମ ଆମେ କେବେ ଛାଡିବାନି 

ଏ ଜୀବନ ଥିବା ଯାଏଁ।5।


ପକ୍ଷେ ପଡ଼ି ପକ୍ଷେ ଉଠିଯାଏ ସିଏ

ନଥାଏ ତାହାର ଦୁଃଖ,

ଉତ୍ଥାନ ପତନ ପାଥେୟ କରିଣ

ଲଭିବା ସମାନ ସୁଖ।6।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ