STORYMIRROR

Sabita Sukla

Abstract Romance Classics

3  

Sabita Sukla

Abstract Romance Classics

ଗୋଲାପ

ଗୋଲାପ

1 min
201


ଗୋଲାପ ଫୁଲ କେଡେ କୋମଳ

କେଉଁ ବିନ୍ଧାଣୀ ଗଢିଲେ,

ଗୋଲାପୀ ରଙ୍ଗ କାହୁଁ ଆଣିଲେ

ତାହା ହିଁ ଜଣା ନଗଲେ।1।


ସୁନ୍ଦର ବାସ୍ନା କାହୁଁ ସେ ଭରିଲେ

କେଉଁ ଠାରୁ ଯେ ଆଣିଲେ,

ଫୁଲର ଦାୟିତ୍ଵ ବହନ ପାଇଁ 

କଣ୍ଟା ସିଏ ଯୋଡିଦେଲେ।2।


ରୂପ ଗୁଣରେ ଅତି ସୁନ୍ଦର

ଗୋଲାପୀ ଗୋଲାପ ଫୁଲେ,

କିଏ ବିଧାତା ମର୍ତ୍ତ୍ୟ ରାଇଜେ 

ଫୁଲ ଫୁଟାଇ ଦେଲେ।3।


ବିଶ୍ଵନିୟନ୍ତା ବିଶ୍ଵ ପୁରୀରେ

 ଅଦୃଶ୍ୟ କର୍ମ କରିଲେ,

କଳନା କରି ହୁଏନା ବିଶ୍ଵ

ଯେତେ କଳ୍ପନା କଲେ।4।


କଣ୍ଟା ମଧ୍ୟରେ ଗୋଲାପ ଥାଇ

ହସୁଥାଏ ସଦାବେଳେ,

ତା ଠାରୁ ଅାମେ କରିବା ଶିକ୍ଷା

ହସିବା ସଦା ବେଳେ।5।



Rate this content
Log in

Similar oriya poem from Abstract