STORYMIRROR

Sabita Sukla

Classics Inspirational Others

3  

Sabita Sukla

Classics Inspirational Others

ଶିକ୍ଷକ

ଶିକ୍ଷକ

1 min
256


ଶିକ୍ଷା ଦାନ କରି ଶିକ୍ଷକ ଯେ ଶ୍ରେଷ୍ଠ,

ସମ୍ମାନର ଉଚ୍ଚ ସ୍ଥାନେ,

ଗୁରୁ ଗୌରବ ପଦରେ ସୌରଭ

ବାଣ୍ଟୁଥାନ୍ତୁ ସବୁ ଦିନେ।1।


ବିଦ୍ୟାଳୟ ଆଉ ଛାତ୍ରଛାତ୍ରୀଗଣ

ସବୁଠୁ ଆତ୍ମୀୟ ବନ୍ଧୁ,

ଶିକ୍ଷକ ଆମର ମାର୍ଗ ନିର୍ଦ୍ଦେଶକ

ସ୍ନେହ ଶରଧାର ସିନ୍ଧୁ।2।


ଶିକ୍ଷକ ନଥିଲେ ଆଜି ଏ ସମାଜ

ଆଗକୁ ବଢ଼ି ନଥାନ୍ତା,

ଅଶିକ୍ଷିତ ହୋଇ ଏ ଯୁବ ସମାଜ

ଅପକାର ଚିନ୍ତୁଥାନ୍ତା।3।


ଶିକ୍ଷକ ମୋ ପିତା ଶିକ୍ଷୟିତ୍ରୀ ମାତା

ସଦା ସର୍ବଦା ମୁଁ ମଣେ,

ତାଙ୍କ ଲାଗି ଆଜି ଆଗକୁ ବଢ଼ିଛି

ମଣିଷ ହୋଇଛି ଜଣେ।4।


ମାନବ ଭିତରେ ମାନବୀୟ ଗୁଣ

ଭରି ଦିଅନ୍ତି ଶିକ୍ଷକ,

ତାଙ୍କ ପାଦ ତଳେ ଅଜସ୍ର ପ୍ରଣାମ

ହେଉଛି ନତ ମସ୍ତକ।5।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Classics