STORYMIRROR

Sabita Sukla

Abstract

2  

Sabita Sukla

Abstract

ଗଛ

ଗଛ

1 min
111


ହେ ଗଛ! ତୁମେ ଦେବତା ଦେଇ ଚାଲି ଥାଅ,

ବାୟୁ ମଣ୍ଡଳର ବିଷ ବିନାଶ କରାଅ।1।


ତୁମ ଠାରୁ ବନ୍ଧୁ ଆଉ ନାହିଁ ଏ ଜଗତେ,

ବିନା ସ୍ୱାର୍ଥରେ ସଭିଙ୍କୁ ହସାଅ ନିରତେ।2।


ତୁମ ବିନା ଏ ଜଗତ ସୃଷ୍ଟି ଅସମ୍ଭବ,

ତୁମ ଦାନ ତିଳେ ମାତ୍ର କଳି କେ ପାରିବ।3।


ତୁମ ସୁଶୀତଳ ଛାୟା ପଥିକ ଜାଣିଛି,

ମରମକୁ ବୁଝି ହୃଦେ ସ୍ଥାନଟି ଦେଇଛି।4।


ଅନ୍ୟ କ୍ଷୁଧା ନିବାରଣେ ଫଳକୁ ଦେଉଛ,

ଅନ୍ୟ ପାଇଁ ସମର୍ପିତ ପ୍ରାଣକୁ ଲଭିଛ।5।


ଶତ୍ରୁ ମିତ୍ର ଭେଦଭାବ ବିଚାର ନକରି,

ଫଳ ଛାୟା ଦାନେ ରତ କେ ତୁମର ସରି।6।


Rate this content
Log in

Similar oriya poem from Abstract