STORYMIRROR

Sabita Sukla

Others

3  

Sabita Sukla

Others

ନାଗରିକ

ନାଗରିକ

1 min
171


ମୋ ଭାରତେ ଜନ୍ମ ନେଇ ଜୀବନ ସାର୍ଥକ,

ପଣ କରିଛି ମୋ ହୃଦେ ରଖିବି ତା ଟେକ।1।


ତା ମାଟି ପାଣି ପବନେ ମୋ ଶରୀର ଗଢା,

ତା ପାଇଁ ସୁନାଗରିକ ହେବି ମୁହିଁ ଲୋଡା।2।


ନାଗରିକ ହୋଇ ଜୀବନକୁ ବାଜି ଦେବି,

ଅସତ କାର୍ଯ୍ୟକୁ ସଦା ବିରୋଧ କରିବି।3।


ଆଉ କେତେ ନାଗରିକମାନଙ୍କୁ ଗଢିବି,

ଭଲ ମଣିଷଟେ ପାଇଁ ପ୍ରେରଣା ମୁଁ ଦେବି।4।


ଦୁଃଖୀରଙ୍କି ବିପଦରେ ସାହା ହେବି ମୁହିଁ,

ମୋ ଦେଶର ନାଗରିକ ହେବି ମୁଁ ବୋଲାଇ।5।




Rate this content
Log in