STORYMIRROR

Sabita Sukla

Classics Others

3  

Sabita Sukla

Classics Others

ନଈ

ନଈ

1 min
190


ନଈ ସମାନ ବିଶାଳ ହୃଦୟ 

ଜଗତରେ ନାହିଁ କେହି,

ଅପର ପାଇଁକି ସମର୍ପିତ ଧାରା 

ଅବିରତ ଯାଏ ବହି।1।


କିଏ ତା ଉପରେ ଅସନା ଦେଲା ତ 

କିଏ ଦେଲା ବିଷ ଢାଳି,

ସବୁ କଥାକୁ ଗ୍ରହଣ ସେ କରି ତା 

ପଥେ ଯାଏ ଚଳି।2।


ପ୍ରତିବାଦ ନାହିଁ ଜଗତ ପାଇଁକି

ବହୁଅଛି ନିରନ୍ତର,

କର୍ତ୍ତବ୍ୟରେ କେବେ ହେଳା କରେ ନାହିଁ

ସଭିଏଁ ତା' ଆପଣାର।3।


ସାଗରେ ମିଶିବ ଲକ୍ଷ୍ୟରେ ଯାଇଛି

ଦୃଢ଼ ସଂକଳ୍ପ ନେଇ,

ଦିନେ ନା ଦିନେ ସେ ସଫଳ ହୋଇବ

ସାଗରେ ମିଶିବ ଯାଇ।4।


ନଈଠୁ ଶିଖିବା ଶୁଭକାମେ କେବେ

ପଛକୁ ଚାହିଁବା ନାହିଁ,

ନିନ୍ଦା ପ୍ରଶଂସା ପାଥେୟ ନ କରି,

ଜୀବନକୁ ନେବା ବାହି।5।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sabita Sukla

ଆକାଶ

ଆକାଶ

1 min ପଢ଼ନ୍ତୁ

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ଦେହ

ଦେହ

1 min ପଢ଼ନ୍ତୁ

Similar oriya poem from Classics