STORYMIRROR

Sabita Sukla

Classics Others

3  

Sabita Sukla

Classics Others

ନଈ

ନଈ

1 min
195



ନଈ ସମାନ ବିଶାଳ ହୃଦୟ 

ଜଗତରେ ନାହିଁ କେହି,

ଅପର ପାଇଁକି ସମର୍ପିତ ଧାରା 

ଅବିରତ ଯାଏ ବହି।1।


କିଏ ତା ଉପରେ ଅସନା ଦେଲା ତ 

କିଏ ଦେଲା ବିଷ ଢାଳି,

ସବୁ କଥାକୁ ଗ୍ରହଣ ସେ କରି ତା 

ପଥେ ଯାଏ ଚଳି।2।


ପ୍ରତିବାଦ ନାହିଁ ଜଗତ ପାଇଁକି

ବହୁଅଛି ନିରନ୍ତର,

କର୍ତ୍ତବ୍ୟରେ କେବେ ହେଳା କରେ ନାହିଁ

ସଭିଏଁ ତା' ଆପଣାର।3।


ସାଗରେ ମିଶିବ ଲକ୍ଷ୍ୟରେ ଯାଇଛି

ଦୃଢ଼ ସଂକଳ୍ପ ନେଇ,

ଦିନେ ନା ଦିନେ ସେ ସଫଳ ହୋଇବ

ସାଗରେ ମିଶିବ ଯାଇ।4।


ନଈଠୁ ଶିଖିବା ଶୁଭକାମେ କେବେ

ପଛକୁ ଚାହିଁବା ନାହିଁ,

ନିନ୍ଦା ପ୍ରଶଂସା ପାଥେୟ ନ କରି,

ଜୀବନକୁ ନେବା ବାହି।5।




Rate this content
Log in

Similar oriya poem from Classics