Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

କବିତା ଆଳାପ-18 (ଦ୍ଵିତୀୟ ସପ୍ତାହ) କବିତା- ଗଛ

କବିତା ଆଳାପ-18 (ଦ୍ଵିତୀୟ ସପ୍ତାହ) କବିତା- ଗଛ

1 min
212


ଗଛର ସହିତ ସଂପର୍କ ଆମର ଯେଉଁଭଳି ହୋଇଥାଏ,

ବନ୍ଧୁତାକୁ ଦୃଢ କରିବା ପାଇଁ ବି ସେହିଭଳି ଲୋଡ଼ାହୁଏ |


ମଞ୍ଜିଟିକୁ ପୋତି ଜଳଦେଲେ ପୁଣି ଯତ୍ନକଲେ ହୁଏଗଜା,

ଯତ୍ନ ବଦଳରେ ଫୁଲ-ଫଳ-ପତ୍ର ଦେଇଥାଏ ବୃକ୍ଷରଜା |


ବନ୍ଧୁତାର ପାଇଁ ସ୍ନେହ ଶ୍ରଦ୍ଧା ପୁଣି ଯତ୍ନ ଲୋଡ଼ା ହୋଇଥାଏ,

ଯତ୍ନ ପାଇଥିଲେ ସେହି ବନ୍ଧୁଜଣେ ଚିରସାଥୀ ହୋଇ ରହେ |


ତୁଳସୀ ଗଛଟି ମାଆର ସମାନ ଦର୍ଶନରେ ମିଳେ ପୂଣ୍ୟ,

ଛୁଇଁଦେଲେ ମୋକ୍ଷ ଆଲିଙ୍ଗନେ ସୁଖ ଜୀବନଟା ହୁଏ ଧନ୍ୟ |


ଅତି ଆପଣାର କରିନେଲେ ତାକୁ ଟା'ଠାରୁ ହିନ ସୁଖ ମିଳେ,

ବିଜ୍ଞାନ କହୁଛି ପୁରାଣ କହୁଛି ତୁଲସୀ ଅମୃତ ଢାଳେ |


ପବନ ତାହାର ଏ' ପରିବେଶକୁ ନିର୍ମଳ ସୁଗନ୍ଧି କାରେ,

ଟା'ର ଗୁଣ ଜାଣି ଜଗତର ନାଥ ରଖିଛନ୍ତି ତାକୁ ଶିରେ |



Rate this content
Log in

Similar oriya poem from Classics