STORYMIRROR

Salina Sahu

Classics

3  

Salina Sahu

Classics

ଗ୍ରୀଷ୍ମ ଆସିଲାଣି

ଗ୍ରୀଷ୍ମ ଆସିଲାଣି

1 min
181

ବସନ୍ତ ଯାଇକି ଗ୍ରୀଷ୍ମ ଆସିଲାଣି

ବଢ଼ିଲାନି ଖରା ତାତି,

ଜଳୁଅଛି ଧରା ହସୁଅଛି ଖରା

ଦେଖାଇ ଅସୀମ ଶକ୍ତି।


ସୂର୍ଯ୍ୟଦେବ ବି କୋପ କରିଲେଣି

ଦେଖି ନର ଉତୁପାତ,

ସକଳ ଶକ୍ତିର ଆଧାର ଅଟନ୍ତି

କ୍ଷଣିକ କରିବେ ହତ।


ଶୂନ୍ୟରୁ ଖସୁଛି ତପ୍ତ ଅଗ୍ନିପିଣ୍ଡ

ଅସ୍ତବ୍ୟସ୍ତ ମନ ପ୍ରାଣ,

ସମସ୍ତେ ହେଲେଣି ଦେଖି ଭୟଭୀତ

ଜୀବଜନ୍ତୁ ତରୁ ତୃଣ।


ନିଜର କୁରାଢି ନିଜର ଗୋଡ଼ରେ

ମାରୁଅଛି ଦେଖ ଚଟ,

ବୁଝି ବି ଅବୁଝା ମଣିଷ ଜାତିଟା

ସ୍ବାର୍ଥ ପାଇଁ ସାଜେ ଦୃଷ୍ଟ।


ଗ୍ରୀଷ୍ମ ଋତରେ ଜଳଦାନ କରିଲେ

ମିଳେ ଯେଉଁ ପୁଣ୍ୟଫଳ,

ଲକ୍ଷେ ତୀର୍ଥ ତାର ସମସରି ନୁହଁ

ମନ ଥିଲେ ନିରିମଳ।

 

ଗଛ ଲଗାଇବା ପ୍ରାଣ ବଞ୍ଚାଇବା

ସୁନ୍ଦର ହେବ ସଂସାର,

ନକରିବା କ୍ଷତି ରଖିବା ସାଇତି

ପ୍ରକୃତିର ଉପହାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics