STORYMIRROR

Salina Sahu

Thriller

4  

Salina Sahu

Thriller

ତୁମ ଅପକ୍ଷାରେ

ତୁମ ଅପକ୍ଷାରେ

1 min
360

ଅପେକ୍ଷାରେ ତୋର ବସିଛି ମୁଁ ଏଠି

ଏକା ଏକା ହୋଇ ସାଥୀ,

ଆସିବା ବାଟକୁ ଚାହିଁ ମୁଁ ରହିଛି

ଦୁଲୁକୁଛି ମୋର ଛାତି।


କେବେ ଲାଗେ ଖୁସି କେବେ ଲାଗେ ଭୟ

କେବେ ଲାଗେ ଅବିଶ୍ୱାସ,

ତଥାପି ପ୍ରତୀକ୍ଷା ସରିବନି ମୋର

ଥିବା ଯାଏଁ ମୋ ବିଶ୍ୱାସ।


ବିଚଳିତ ହୋଇ ବେଳେବେଳେ ଭାବେ

ଭୁଲି ତ ନ ଗଲ ମୋତେ,

ଅବା କିଏ ଆଉ ଛଡ଼ାଇ ନେଲା କି

ମୋ ' ଠୁ ତୁମକୁ ସତେ।


ପୁରୁଣା ଚିଠିକୁ ବାରମ୍ବାର ପଢେ

ଶୁଖିଲା ଫୁଲକୁ ଚୁମେ,

ତୁମେ ଦେଇଥିବା କଙ୍କଣ ଦୁଇ କୁ

ଛାତିରେ ଲଗାଇ ଝୁମେ 


ଏତେ ଚିଠି ଲେଖି ପଠାଉ ଅଛି ମୁଁ

ଦେଉନ ଗୋଟେ ଉତ୍ତର,

କ'ଣ କିଛି ମୋର ଦେଖିଲ କି ଭୁଲ

କିଆଁ କଲ ମୋତେ ଦୂର।


ଫେରି ଆସ ସାଥୀ ଭୁଲି ସବୁ କିଛି

ଯାହା ଅଛି ତୁମ ମନେ ,

କଥା ମୁଁ ଦେଉଛି ମଗିବିନି କିଛି

ଦେବି ସ୍ନେହ ସବୁ ଦିନେ।


ତୁମେ ମୋର ଖୁସି ତୁମେ ମୋ ସପନ 

ତୁମେ ମୋର ପ୍ରାଣଧନ,

ତୁମକୁ ଯଦି ମୁଁ ନ ପାଇବି ସାଥୀ

ହରିବି ଏଇ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller