STORYMIRROR

Papu parida

Drama Thriller Others

4  

Papu parida

Drama Thriller Others

ବୋଧେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି

ବୋଧେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି

1 min
420


ବିରାଡ଼ି ସାଜିଛି ବଇଷ୍ଣବ ଆଜି

ଧର୍ମଗୁରୁ କାଳେ ବକ

ସୁରୁଜ ଉଇଁଛି ପଶ୍ଚିମରେ ଆଜି

ନ ଦେଖିବା ଲୋକ ଦେଖ।


ଇର୍ଷା ସହରରେ ପ୍ରେମ ଭାଇଚାରା

କେତେ ଆଦର ସମ୍ମାନ

କେତେ ପ୍ରତିଶ୍ରୁତି ସେବା ଓ ସାହାଯ୍ୟ

ବହୁଛି ଏ କି ପବନ।


ଛାଇକୁ ଯାହାର ଦେଖିବାଟା କଷ୍ଟ

ଆଜି ତା ଶ୍ରୀମୁଖଟା ମଧ୍ୟ ଦିଶୁଛି

ବୋଧେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି।


ମୋ ଦୁଃଖରେ ଏବେ ଭାଙ୍ଗି ପଡନ୍ତି ଯେ

ଗାଆଁର ଭଦର ଲୋକ

ମୋ ସାଥେ କାନ୍ଦନ୍ତି ମୋ ସାଥେ ହସନ୍ତି

ଶୁଣନ୍ତି ମୋହର ଡାକ।


କୁହୁଡ଼ିର ଘର ତୋଳିଦିଏ ମନ

ଦେଖି ଉନ୍ନତିର ଆଶା

ଜାଣିନି ବଧେ ସେ କେଉଁ ଥୁଣ୍ଟା ଗଛେ

ବାନ୍ଧୁଛି ସେ ତାର ବସା।


ନିରବ ନିଶ୍ଚଳ ଗାଆଁଟି ମୋହର

ଆଜି ଗହଳିଆ କାହିଁ ଦିଶୁଛି

ବଧେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି।


କାଲି ଯାଏଁ ଯିଏ ଭୋକେ ଶୋଇଥିଲା

ଚୁଲିରେ ନଥିଲା ଜାଳ

ଆଜି ଖାଉଛି ସେ ନାନାଦି ଦରବ

ଶୀତକୁ ନୂଆଁ କମ୍ବଳ।


ଦିନରାତି ଚାଲେ ମୋ ଗାଆଁରେ କାମ

କେବେ ରାସ୍ତା କେବେ ନାଳ

ମୁଖିଆକୁ ଏବେ ପ୍ରଗତିର ନିଶା

ସେଥିପାଇଁ ଆସମ୍ଭାଳ।


ପ୍ରଗତିର ନିଶା ନା ଚଉକି ର ଆଶା 

ବସି ସମ୍ମୋହନୀ ହସ ହସୁଛି

ବୋଧେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି।


ଟେକା ନ ମାରୁଣୁ ଝଡିଯାଏ ଫଳ

ନ ମାଗୁଣୁ ସବୁ ମିଳେ

ମୁଣ୍ଡ ଗଣତି ଯେ ଆରମ୍ଭ ହେଲାଣି

କାମ ଦାମ ଦଣ୍ଡ ବଳେ।


ପୁଳା ପୁଳା ଟଙ୍କା ଫିଙ୍ଗି ଦେଉଛନ୍ତି

ମଦ ମାଂସ ର ଆସର

କିଏ ପାଏ ଜୋତା କିଏ ପାଏ ଛତା

କିଏ ପାଏ ନୁଆଁ ଘର।


କିପରି ହୋଇବ ସେ ସବୁ ଅସୁଲ

ବସି ସେ ଅଙ୍କ ଏବେ କସୁଛି

ବୋଧେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି।


ଭାଇ ଭାଇ ଠାରୁ ଦୂରେଇ ଯାଉଛି

ସମ୍ପର୍କ ହେଉଛି ଫିକା

ଭିନ୍ନ ଭିନ୍ନ ଦଳେ ଭାଗ ଭାଗ ହୋଇ

ଘୃଣାର ପୁସ୍ତକ ଲେଖା।


ହିଂସା କୂଟନୀତି ଘୃଣ୍ୟ ରାଜନୀତି

କ୍ଷମତାର ଏ ଲଢେଇ

ମାଆ ଠାକୁରାଣୀ ଦେଖୁଥା ଲୋ ସବୁ

ରଖିଥା ଘଣ୍ଟ ଘୋଡେଇ।


ପାଣି ପବନରେ ସବୁ ଜୀବନରେ ଏବେ

ନିର୍ବାଚନ ରଙ୍ଗ ମିଶୁଛି

ବୋଧେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି।


ଗୋଟିଏ ଭୋଟର ଶକ୍ତିର କଳନା

ସର୍ବେ କର ଅନୁଭବ

ସଠିକ ଲୋକଙ୍କୁ ନିଜ ମତ ଦିଅ 

ସର୍ବେ ଛାଡ଼ ମିଛ ଲୋଭ।


ଗୋଟେ ଥର ପରେ ପୁଣି ପାଞ୍ଚ ବର୍ଷ

ଦୁଃଖ ହେଉ ଅବା ସୁଖ

ଧନୁରୁ ତୀର ଟା ଚାଲିଗଲା ପରେ

ମୂଲ୍ୟହୀନ ପଶ୍ଚାତାପ।


ସଚେତନ ନାଗରିକର ମହତ କର୍ତ୍ତବ୍ୟ

ପୁରା କରିବାର ବେଳ ଆସୁଛି

ବୋଧେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି।



Rate this content
Log in

Similar oriya poem from Drama