ନାହିଁ କିଛି ଅବସୋସ
ନାହିଁ କିଛି ଅବସୋସ
ଜୀବନ ପାତ୍ର ମୋ ପୁରାଇଛ ପ୍ରଭୁ
ଦେଇଛ ଅନେକ ଦୁଃଖ,
ଜୀବନ ଜାତକେ ଦୁଃଖ ଲେଖା ଯାର
କାହୁଁ ସେ ପାଇବ ସୁଖ;
ନାହିଁ ମୋର ଅବସୋସ;
ଭୋଗିବି ପ୍ରାରବ୍ଧ କଲା କର୍ମ ମୋର
ଥିବ ଯାହା ଅବଶେଷ ।।
ଯେତିକି ମୋ ପ୍ରାପ୍ୟ ସେତିକି ଦେଇଛ,
“କିବା” ତୁମ ବଡ ପଣ,
ତଥାପି କାହିଁକି ତୁମରି ସାନ୍ନିଧ୍ୟ
ପାଇବାକୁ ଖୋଜେ ମନ;
ନରହୁ ମୋ ଅବସୋସ;
ଦରଶନ ଦେବ ଇଛା ପୂର୍ଣ୍ଣ ହେବ
ପୂର୍ଣ୍ଣ ହେବ ଅଭିଳାଷ ।।
ସୁଖର ସଂସାର ତୁମ ଖେଳ ଘର
ତୁମ ପରା ବଡ ଲୋକ,
ତୁମକୁ ଆଶ୍ରୟ କରିଛି ଗୋସାଇଁ
ଭରିଛ ଜୀବନ ପାତ୍ର;
(ଆଉ) ନାହିଁ କିଛି ଅବସୋସ;
ଶ୍ରୀରଙ୍ଗା ଚରଣେ ଶରଣ ନେଇଛି
ଭୁଲି ଯେତେ ସୁଖ ଦୁଃଖ ।।
