STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
338



ନୁହେଁ ବ୍ରତ ନୁହେଁ ଉପବାସ

   ଆସେ ଯେବେ ମାର୍ଗଶୀର ମାସ

ସହର ରୁ ପଲ୍ଲୀ ହସହସ

   କିବା ଧନୀ କିବା ହେଉ ନିସ୍ଵ

ଘର ଦ୍ଵାର ସବୁ ମହକି ଉଠଇ

କୃଷ୍ଣ ଅଷ୍ଟମୀ ର ୟେ ଦିବସ ।।


          ପ୍ରଥମାଷ୍ଟମୀ ସେ ଦିନ ଲଗ୍ନ

              ଅନନ୍ୟ ପର୍ବ ୟେ ସର୍ବେ ମଗ୍ନ

          ଘରେ ଘରେ ପିଠାପଣା ମାନ

               ଏ ନୀୟମ ପୁଣି ଏ ବିଧାନ

          ହଳଦୀ ପତରେ ପୁର ଦିଆ ପିଠା

           ଇଛି ପୁତ୍ର କନ୍ୟା ସୁ କଲ୍ୟାଣ ।।


ଘରଦ୍ଵାର କରି ଲିପାପୋଛା

    ପଦ୍ମ ଫୁଲ ଝୋଟି ମନଲୋଭା

ବାତ୍ସଲ୍ୟ ପ୍ରେମ ର ନିଦର୍ଶନ

     ମାତୃ ପିତୃ କୋଳେ ପୂର୍ଣ୍ଣ ଜହ୍ନ

ବନ୍ଦାପନା ବିଧି ଜ୍ୟେଷ୍ଠ ସନ୍ତାନ କୁ

ଆରାଧନା ଲକ୍ଷ୍ମୀ ନାରାୟଣ ।।


     ମାତା ଷଷ୍ଠୀ ଦେବୀ ଆୟୁ ଦାତ୍ରୀ 

        ଜ୍ୟେଷ୍ଠ ସନ୍ତାନ ର ରକ୍ଷା କର୍ତ୍ତୀ

           ପିତୃ ପୁରୁଷଙ୍କ ପାଇଁ ଯାର

                  ପିଣ୍ଡ ଦାନେ ଏକା ଅଧିକାର

          ସେ ଜ୍ୟେଷ୍ଠ ସନ୍ତାନ କୁଳ ଚନ୍ଦ୍ରମା ତା

          ପାଇଁ ମା’ ପୂଜେ ଷଷ୍ଠୀ ଙ୍କର ।।


ଏ ଶୁଭ ଲଗନେ ମହାଦେଈ

      ସାଗର ଦୁଲଣୀ ମହାମାୟୀ

ବରୁଣ ଦେବ ଙ୍କ ଜ୍ୟେଷ୍ଠା ପୁତ୍ରୀ

   ରୂପେ ସେ ପୋରୁହାଁ ହୋଇଥାନ୍ତି

ଧରାବତରଣ କରନ୍ତି ଜନନୀ

ବାଣ୍ଟିବାକୁ ଯେତେ ସୁଖ ଶାନ୍ତି ।।


            ନୂଆ ଧାନ ର ଚାଉଳ,ବିରି

                 କୃଷକ ର ଘର ଯାଏ ଭରି

            ତହୁଁ ଗୁରୁବାର ମାଣ ବସା

                 ଲକ୍ଷ୍ମୀ ଠାକୁରାଣୀ ପୂଜା ଓଷା

           ମର୍ଗଶୀର କୃଷ୍ଣ ପ୍ରଥମାଷ୍ଟମୀ ରେ

            ହସଇ ଜୀବନ ହସେ ରସା ।।


Rate this content
Log in

Similar oriya poem from Thriller