STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଧରମା

ଧରମା

1 min
403


ମୁଣ୍ଡି ମାରିଦେଲା ଯିଏ

ଛୋଟ ପିଲାପରି ଦିଶେ ସିନା

ସାହାସରେ ସରି କିଏ

ବାପାକୁ ଦେଖିବ ବରକୋଳି ଦେବ

ବଳିଆ କୁକୁର ସଙ୍ଗରେ ନିଏ

କୋଣାର୍କ ମନ୍ଦିର ବାରଶ ବଢ଼େଇ

ବାଳକକୁ ଦେଖିକି ଚିହ୍ନିଯାଏ

ବାପା ପୁଅ ଭେଟ ହେଲା କି ନହେଲା

କିମ୍ବଦନ୍ତୀ ଯାହା କହେ

ବାପାଙ୍କ ସ୍ୱପ୍ନକୁ ସାକାର କରିବାକୁ

ବାର ବରଷର ବାଲୁତ କେମିତି

ଦେଉଳ ମୁଣ୍ଡି ମାରି ଜୀବନ ଦିଏ

କଥା ଓ ଗାଥା ସତ ଅବା ମିଛ

ପଡ଼ିଛୁ ବହିରୁ ଯିଏ

କେମିତି ଭୁଲିବୁ ସେ ବେଳ ଶିହୀରଣ

ଅଙ୍ଗେ ଅଙ୍ଗେ ଭରିଯାଏ

ଶିକ୍ଷା ଦେବା ପାଇଁ ଗପ ହୁଏ ଲେଖା

ଏହା ନୁହେଁ ଜମା ଗଳ୍ପଟିଏ

ଆଜିବି ଅନ୍ଧାରେ ଆଲୋକ ଦେଖାଏ

ଧରମା ବାଳକ ସିଏ

ପିତୃ ସତ୍ୟ ପାଳି ରାମଚନ୍ଦ୍ରଙ୍କ ପରି

ଜୀବନ ହାରିଲା ଯିଏ

କୋଉ ଐଶ୍ଵର୍ଗିକ ଶକ୍ତି ବଳେ ଜନ୍ମିଥିଲା

ଖୋଜୁଛି ଆଜିର ମଣିଷ ଖିଏ 

ବିଶ୍ୱାସ ଅବିଶ୍ୱାସ ଦୋଛକି ଲୁଚକାଳି

ଖେଳାଏ ଧରମା ପୁଏ

ଶତ ପୁତ୍ର ନୁହେଁ ଏକମାତ୍ର ଗୁଣୀ ପୁତ୍ର

ସେପାଇଁ ଜନତା ଗାଏ

ଜମା ନୁହେଁ ମିଛ କାଚ ପରି ସ୍ୱଚ୍ଛ

ଧରମା ବଞ୍ଚିଛି ବଳିଆ ଭୁକୁଛି

କୋଣାର୍କ କହୁଛି ତୋ ବିନା ମୁଁ କିଏ ?


Rate this content
Log in

Similar oriya poem from Abstract