ଧରମା
ଧରମା
ମୁଣ୍ଡି ମାରିଦେଲା ଯିଏ
ଛୋଟ ପିଲାପରି ଦିଶେ ସିନା
ସାହାସରେ ସରି କିଏ
ବାପାକୁ ଦେଖିବ ବରକୋଳି ଦେବ
ବଳିଆ କୁକୁର ସଙ୍ଗରେ ନିଏ
କୋଣାର୍କ ମନ୍ଦିର ବାରଶ ବଢ଼େଇ
ବାଳକକୁ ଦେଖିକି ଚିହ୍ନିଯାଏ
ବାପା ପୁଅ ଭେଟ ହେଲା କି ନହେଲା
କିମ୍ବଦନ୍ତୀ ଯାହା କହେ
ବାପାଙ୍କ ସ୍ୱପ୍ନକୁ ସାକାର କରିବାକୁ
ବାର ବରଷର ବାଲୁତ କେମିତି
ଦେଉଳ ମୁଣ୍ଡି ମାରି ଜୀବନ ଦିଏ
କଥା ଓ ଗାଥା ସତ ଅବା ମିଛ
ପଡ଼ିଛୁ ବହିରୁ ଯିଏ
କେମିତି ଭୁଲିବୁ ସେ ବେଳ ଶିହୀରଣ
ଅଙ୍ଗେ ଅଙ୍ଗେ ଭରିଯାଏ
ଶିକ୍ଷା ଦେବା ପାଇଁ ଗପ ହୁଏ ଲେଖା
ଏହା ନୁହେଁ ଜମା ଗଳ୍ପଟିଏ
ଆଜିବି ଅନ୍ଧାରେ ଆଲୋକ ଦେଖାଏ
ଧରମା ବାଳକ ସିଏ
ପିତୃ ସତ୍ୟ ପାଳି ରାମଚନ୍ଦ୍ରଙ୍କ ପରି
ଜୀବନ ହାରିଲା ଯିଏ
କୋଉ ଐଶ୍ଵର୍ଗିକ ଶକ୍ତି ବଳେ ଜନ୍ମିଥିଲା
ଖୋଜୁଛି ଆଜିର ମଣିଷ ଖିଏ
ବିଶ୍ୱାସ ଅବିଶ୍ୱାସ ଦୋଛକି ଲୁଚକାଳି
ଖେଳାଏ ଧରମା ପୁଏ
ଶତ ପୁତ୍ର ନୁହେଁ ଏକମାତ୍ର ଗୁଣୀ ପୁତ୍ର
ସେପାଇଁ ଜନତା ଗାଏ
ଜମା ନୁହେଁ ମିଛ କାଚ ପରି ସ୍ୱଚ୍ଛ
ଧରମା ବଞ୍ଚିଛି ବଳିଆ ଭୁକୁଛି
କୋଣାର୍କ କହୁଛି ତୋ ବିନା ମୁଁ କିଏ ?
