ରାକ୍ଷୀ ଆସିବ ସାକ୍ଷୀ ରହିବ
ଭାଇ ଭଉଣୀ ବନ୍ଧା
ପିଲାଦିନ ମନେପଡ଼ି ସବୁଦିନ
ମନ ହୃଦୟ ଛନ୍ଦା
ଆସିଛି ରାକ୍ଷୀ ପିନ୍ଧାଇ ରହି ସାକ୍ଷୀ
ଭାଇ ସହିବନି ଭଉଣୀ ନିନ୍ଦା
ଭାଇ ଭଉଣୀ କହ ଆମ କାହାଣୀ
ଭାରତବାସୀ ବଡ଼ ସାହାସୀ
ଦୁହେଁ ଦୁହିଁଙ୍କ ସାଥେ ବନ୍ଧା
ବିବାହ ପରେ ଯେ ଯାହା ସଂସାରେ
ମନେ ମନେ ଖୋଜୁଥାଏ ମକୁନ୍ଦା
ଆଜିକାଲି କାହିଁ ସେ ସମ୍ପର୍କ ନାହିଁ
କହିଲେ ଲୋକନିନ୍ଦା
ଦୁଇଭାଇଭଉଣୀ ଓ ଦୁଇ ଭଉଣୀଭାଇ
ପରସ୍ପର ପିମ୍ପୁଡି ଜନ୍ଦା
କହିନପାରେ କେହି ମନ ଖୋଲିଦେଇ
ମନେପଡେ ପିଲାଦିନ ଲାଗେ ମାନ୍ଦା
ଅଭାବ ହେଉ ଅନାଟନ ଥାଉ
ହୃଦୟ କହୁ ମନ ଉଡିଯାଉ
ଦୁହେଁ ଦେଖିଦେଇ ପିମ୍ପୁଡ଼ି ମନ୍ଦା
ମିଳିମିଶି ଖେଳିବୁଲି ରାଗରୁଷା କରତାଳି
ବିତାଇଛେ ଜୀବନ ସଉଦା
ଆଜି କେତେଦୂରେ କିଏ କାହା ଘରେ
ରାକ୍ଷୀ ଆସିଛି ନେଇ ଶ୍ରଦ୍ଧା