STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ରାଜର୍ଷି 

ରାଜର୍ଷି 

1 min
2


ତୁମେ ସନ୍ଥ ତୁମେ ପାନ୍ଥ 
ରାଜନୀତିର ରଣବୀର 
ରାଷ୍ଟ୍ରଚିନ୍ତାଧାରା ସହିତ ନାମ ଯୋଡ଼ା 
କବିତା ଓ ଚରିତ୍ର ଅଟେ ସୁନ୍ଦର 
ଆର ଏସ ଏସ ର ସ୍ୱୟଂସେବକ ଭାବେ 
ଅୟଆରମ୍ଭ କର୍ମମୟ ଜୀବନର 
ବାବା ସାହେବ ଆମ୍ବେଦକରଙ୍କ ସହ ଜଡିତ 
ଆର ଏସ ଏସ ଫୁଲ ଟାଇମ ୱାକର 
ତଥା କରିଥିଲ ପ୍ରଚାର ପ୍ରସାର 
ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ 
ଜେଲ ଯାଇ କରାବରଣ ଆପଣେଇ 
ଦେଶପ୍ରେମୀ ରୂପେ ନିଜକୁ ପ୍ରତିପାଦନ କର 
ଇମାନଦାରୀ ଓ ଦେଶପ୍ରେମ ଥିଲା ରକ୍ତରେ 
ପ୍ରଧାନମନ୍ତ୍ରୀ ହେଲେ ଦିନ ତେର 
ପୁଣି ଦୁଇ ଦୁଇ ଥର 
ଭାରତର ଶକ୍ତି ପଦର୍ଶନ କରିବାକୁ ଯାଇ 
ପାଞ୍ଚଗୋଟି ନ୍ୟୁକ୍ଳିଅର ଟେଷ୍ଟ କର 
ଭାରତ ପାକିସ୍ଥାନ ସମ୍ପର୍କ ଯୋଡିବାକୁ ଯାଇ 
ବସ ଗଡ଼ିଲା ଦିଲ୍ଲୀରୁ ଲାହୋର 
ଲୋକମାନ୍ୟ, ଭାରତରତ୍ନ, ପଦ୍ମଭୂଷଣ ଉପାଧି 
ପାଇଥିଲେ କର୍ମବୀର 
ସାହିତ୍ୟ ଉର୍ନ୍ନତି ପଥେ ଖବରକାଗଜ ସମ୍ପାଦନା 
ରଖିବ ଆପଣଙ୍କୁ ଚିର ଅମର 
ଉତ୍ତରପ୍ରଦେଶର ରାଷ୍ଟ୍ରଧର୍ମ, ପଞ୍ଚନ୍ୟା ସ୍ବଦେଶ 
ବିରଅର୍ଜ୍ଜୁନ ଆଦି ଖବରକାଗଜର କର୍ଣ୍ଣଧାର 
ଭାଙ୍ଗିପଡ଼ିଥିବା ଜୀବନକୁ ଛିଡା କରେଇବାକୁ 
ପ୍ରୟାସରତ ସଂଘର୍ଷ ତୁମର ବୀର 
ନଶ୍ୱର ଦେହ ଇଶ୍ୱର ନେଲେ 
ଆଜି ବି ଅମର ଚିର ଭାସ୍ଵର 
ନାମ ସହ କର୍ମ ସାଧନା ଅଟଳ 
ବାଜପେୟୀ ନାମ ସାର 
ଫେରିଆସ ଫେରିଆସ ମାଗୁଣି ଆମର


Rate this content
Log in

Similar oriya poem from Abstract