STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ବୋଉ 

ବୋଉ 

1 min
2


ସକାଳୁ ସନ୍ଧ୍ୟା ସେ ମେସିନ 
ନିଜେ କରି ଧରି  ଖାଏ କି ଖାଏନି 
ସ୍ନେହ ମମତା ସଙ୍ଗେ ସେବା ଫେଣ୍ଟି 
ଯତ୍ନରେ ପରିବାରେ ପକାଇ ଗଣ୍ଠି 
ପିନ୍ଧି ଶାଢ଼ୀ ମୁଣ୍ଡେ ଓଢଣା ଭିଡି 
କାମରେ ଲାଗିଥାଏ ରାତିଦିନ 
ସେ କହୁଥିଲା ପିଲାଙ୍କୁ ତୁମେ ସ୍ବାଧୀନ 
କଣ ଖାଇବ କୁହ ରା଼ନ୍ଧିଦେବି 
କଣ ପିନ୍ଧିବ ବାପାଙ୍କୁ କହି ଆଣିଦେଵି 
ଛିଡାଇ ପରାଧୀନତାର ଶୃଙ୍ଖଳ 
ଡେଇଁ ବୁଲି ଯେତେଇଚ୍ଛା ଖେଳ 
ପିଲାଏ କହିଲେ ନାହିଁ ବୋଉ 
ବେଳ ଆସିଛି ଭାବିବାକୁ 
ସୁନାମୀ ରୋକିବାକୁ 
ବନ୍ୟା ନିୟନ୍ତ୍ରଣ କରିବାକୁ 
ଆଉ ପାପ ବଦଳେ ପୁଣ୍ୟ ନଦୀ 
ଅବବାହିକାରେ ସନ୍ତରଣ କରିବାକୁ 
କେମିତି ପୁଅ କେମିତି 
ବିସ୍ମୟ ଆଖିରେ ବୋଉ ପଚାରନ୍ତି 
ଏଇ ନାରୀ ଜାତିକୁ ସୁସମ୍ମାନ ଦେଇ 
ଗୁରୁ ଗୁରୁଜନଙ୍କୁ ପ୍ରଣାମ ଜଣାଇ 
ଶ୍ରଦ୍ଧା ରଖି କାମକରିଯିବାପାଇଁ 
ତୁ ହିଁ ପ୍ରେରଣା ତୋ ପାଦେ ପ୍ରଣାମ ପ୍ରତିଦିନ 
ଧନ୍ୟ ହେବ ସ୍ବାଧୀନତା ଜନ୍ମଦିନ 
ସତରେ ଲୋ ବୋଉ ତୋ ପରି କିଏ ଆଉ 
ବିସ୍ମୟ ବିଜ୍ଞାନ ପାଦ ତଳେ ତୋର 
ଘେନା କର ପ୍ରଣାମ ଆମର
ତୁ ଥିଲେ ଡର କାହାକୁ 
ଜିତିବାକୁ କଳି ଯୁଗକୁ 
ଝିଅ ଶିଖେ ସଣ୍ଠଣା ପୁଅ ପରମ୍ପରା 
ଦୁହେଁ ଶିଖି ସଂହତି ବଢ଼ାଇ ଭାଇଚାରା 
ଶାନ୍ତି ପ୍ରୀତି ମୈତ୍ରୀ ତୋ ଓଢଣା ବୋଉ 
ତୋ ପରି କମନୀୟ ନମନୀୟ କିଏ ଆଉ 
ଘରେ ଥାଉ ମାଛ କି ମାଉଁସ ଅବା ଆଳୁ ଦଳା 
ଯଦି ଫେରି ନାହିଁ କେହି ଭୋଳା 
ବୋଉ କହେ ସେ ଆସିଯାଉ 
ଭୋକ ନାହିଁ ଖାଇବି ଟିକେ ପରେ ମୁଁ 
,,,,,,,,,,,,,,,,,,,,


Rate this content
Log in

Similar oriya poem from Abstract