STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ଆସିଛି ଅଗଷ୍ଟ ପନ୍ଦର 

ଆସିଛି ଅଗଷ୍ଟ ପନ୍ଦର 

1 min
0


ସ୍ୱାର୍ଥ ସର୍ତ୍ତ ଉର୍ଦ୍ଧରେ ରହି 
ଝିଅଟି ଜୁଡ଼ାରେ କିଆ ଫୁଲ 
ଆଦିବାସୀ ଲଳନା ସେ କାହାକୁ ନଡରି 
ନଈ ସହ ହେଉଥାଏ ଗେଲ 
ଆଜି ଯେବେ ସ୍କୁଲ ଫେରନ୍ତା କେହି 
ବଢ଼େଇଲା ହାତକୁ ତ୍ରିରଙ୍ଗା କହି 
ମାଆ ପାଖେ ହେଲା ଗେଲ 
କହିଲା ପଢିଲେ ମୁଁ ହେବି ଭାରି ଭଲ 
ମାଆ କହିଲା କିଏ ଆଣିବ ମହୁଲ ଫୁଲ 
ହୁଡ଼ାରୁ ପିତା ଓ ମଦରଙ୍ଗା ଶାଗ 
ପଖାଳ ଖାଇବା କେମିତି ଝିଅ 
ଅଭିମାନେ ଝିଅ ଦେଖେଇଲା ଜାତୀୟ ପତାକା 
କହିଥିଲା ପଢିଲେ ବଢିଲେ ଦୁନିଆଁ ଜାଣିଥାଆନ୍ତି 
ଆମ ଦେଶେ କୋଉ କୋଉ କଞ୍ଚାମାଲ 
ଆକର୍ଷଣ କରେ ବିଦେଶିକି 
ଗାନ୍ଧି ତଡିଦେଲେ ଭଲ 
ବୋଉ ମୁଁ ନହେଲେ ନାହିଁ ମୋ ସାନ ଭଉଣୀ ଭାଇ 
ଯାଆନ୍ତୁ ଇସ୍କୁଲ 
ପାଠ ପଢି ଗଢିଦେଵେ ମାସ୍ତୁଲ 
ଵନିଯିବେ ତ ଅନ୍ତତଃ ଢାଲ 
ମାଆ ଆଖିର ଲୁହ ନଦୀ ହୋଇ ବହିଯିବା ପୂର୍ବରୁ 
ଝିଅ କହୁଥିଲା ଏଗୁଡ଼ାକ ନିଆଁଝୁଲ 
ଏକୁ ଅଣ୍ଟିରେ ସାଇତି ଦେ ବୋଉ 
ଦେଖିବୁ ଅଶୀ ବର୍ଷ ସ୍ୱାଧୀନତା ହେବ ସବୁ ଭେଲ ରୁ ଭଲ 
ମତେ ତ ଥରେ କରିଦେ ଟିକେ ଗେଲ


Rate this content
Log in

Similar oriya poem from Tragedy