STORYMIRROR

Sunanda Mohanty

Action Inspirational Children

4  

Sunanda Mohanty

Action Inspirational Children

ଅଗଷ୍ଟ ପନ୍ଦର 

ଅଗଷ୍ଟ ପନ୍ଦର 

1 min
2


ତତେ ଚାହିଁ ଚାହିଁ ନିଦ ଆସୁନାହିଁ 
ପ୍ରଭାତ ଫେରି କରି ପତାକା ଉଡ଼ାଇ 
ପ୍ୟାରେଡ କରିବୁ ସ୍ଲୋଗାନ ଗାଇବୁ 
ଗାନ୍ଧି,ଗୋପବନ୍ଧୁ,ଲାଲ,ବାଲ,ପାଲ 
ସର୍ଦାର ବଲ୍ହବ ଭାଇ ପଟେଲ 
ସଭିଙ୍କୁ ସୁସମ୍ମାନ ଦେଇ ଜୟ ହିନ୍ଦ କହିବୁ 
ଜାତିର ମାନ ଦେଶର ଗୌରବ ସମ୍ମାନ ପାଇଁ 
ପ୍ରାଣବଳି ଦେବୁ 
ଜବାହର, ଶାସ୍ତ୍ରୀ ବାଘା ଯତୀନ 
ବୀର ସୁରେନ୍ଦ୍ର ସାଏ ଯେମିତି ମହାନ 
କରିବୁ ବିପ୍ଳବ ଆଣି ଜାତୀୟ ଚେତନା ଚୈତନ୍ୟ 
ଦେଶକୁ ହେବାକୁ ଦେବୁନି ବିଭାଜନ 
ଆଜି ଦିବସରେ ଦେଶ ହୋଇଥିଲା ସ୍ବାଧୀନ 
ଜୟ ଯବାନ ଜୟ କିଷାନ 
ଆମ ଦେଶ ମହାନ 
ଭାରତ ଦେଶ ଅଛି ତାର ଯଶ 
ଟେକ ରଖିବୁ ଶପଥ କରିନେବୁ 
ଆମେ ଆଜି ଛୋଟ କାଲି ହେବୁ ବଡ଼ 
ଜିଣିବୁ ଗଡ଼ ପୋତିଦେବୁ ଗାଡ଼ 
ଭଲମଣିଷ ହେବୁ 
ସ୍ୱାର୍ଥ ସର୍ତ୍ତ ଛାଡି ଆଗକୁ ଯିବୁ ମାଡି 
ମୋ ଦେଶ ମହାନ ଆମେ ସବୁ ଶିଶୁ ସୁଶୋଭନ 
ବଗିଚାର ମାଳି ପରି ନକରି କଳି 
ଶାନ୍ତି ପ୍ରୀତି ଓ ମୈତ୍ରୀ ବୁଣିଯିବୁ


Rate this content
Log in

Similar oriya poem from Action