ପଲ୍ଲୀରୁ ଦିଲ୍ଲୀ ସବୁଠି ଶୁଭୁଛି ଖାଲି
ମୋ ଦେଶ ଭାରତ ବର୍ଷ ମହାନ
ଉଣେଇଶ ଶହ ସତଚାଳିଶ
ଦେଶ ହେଲା ସ୍ୱାଧୀନ
ଅଗଷ୍ଟ ପନ୍ଦର ଦିନ
ଗାନ୍ଧି କଲେ ଆନ୍ଦୋଳନ ପୁଣି ଅନଶନ
ଯୋଗଦେଲେ ଜବାହାର, ଶାସ୍ତ୍ରୀ, ବାଘା ଯତୀନ
କରି ଆମରଣ ଅନଶନ
କାଟି ପିନ୍ଧ କୁଟି ଖାଅ ସ୍ଲୋଗାନ
ଜାତୀୟ ଚେତନା ଚୈତନ୍ୟ
ଲାଲ ବାଲ ପାଲ ସହ ଲଷ୍ମଣ ନାୟକ
ବୀର ବରପୁତ୍ର ଅସଂଖ୍ୟ କାରାବରଣ
ଅଂହିଁସା ନୀତି ଜାତୀୟ ପ୍ରୀତି
ନୁହେଁ କେବେ ଅକାରଣ
ଶାନ୍ତିର ଡ଼ଙ୍ଗା
ପ୍ରୀତିର ନଉକା
ଉଡିଲା ତ୍ରିରଙ୍ଗା
ଦେଶ ହେଲା ସ୍ବାଧୀନ
ସ୍ବାଧୀନତା ଆମ ଜନ୍ମଗତ ଅଧିକାର
ଆମ ହାତେ ଆମ ସମ୍ବିଧାନ