STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ବସ ଷ୍ଟାଣ୍ଡରେ ଠିଆ ସେଇ ଝିଅ 

ବସ ଷ୍ଟାଣ୍ଡରେ ଠିଆ ସେଇ ଝିଅ 

1 min
1


ବର୍ଷା ହେଉଥିଲା 
ବରଷାରେ ଶାଢ଼ୀ କାନିରୁ 
ଥପ ଥପ ପାଣି ନିଗୁଡୁଥିଲା 
ବୁଢା ଲୋକ ଜଣଙ୍କ ପାଖରେ 
ଠିଆ ହୋଇଥିଲେ 
କଣ ଭାବିଲେ 
ପ୍ୟାକେଟଟିକୁ ବଢ଼େଇ ଦେଲେ 
ଡ୍ରେସସଟି ପିନ୍ଧିପକା ଝିଅ 
ଦେହ ଖରାପ ହେଲେ 
ପାଠ ପଢ଼ା କେମିତି ହେବ ବି କହିଲେ
ଆଢୁଆଳ କରି ଡ୍ରେସ ପିନ୍ଧାଇଲେ 
ଆରାମ ଲାଗିଲା ଦେହକୁ ଝିଅର 
ବସ ଆସିଗଲା ତ 
ଭଦ୍ରାମୀ ଖାତିରରେ ବୃଦ୍ଧଙ୍କୁ 
ମାମାଲି କିଛି ପଚାରି ପାରିନଥିଲା 
ଆବଶ୍ୟକତା ଥିଲା ବୋଲି 
ଜଣେ ବାପାଙ୍କୁ ପ୍ରତାରିତ କରିଥିଲା 
ପାଖରେ ବସୁଥିବା ସମ୍ବିତ ଦାସ କଥା ଶୁଭୁନଥିଲା 
ବର୍ଷା ଭିଜା ପଣତରେ ମିଳନ ଉଷ୍ମତା ନଥିଲା 
ଭେକ ମିଳିଯାଇ ମନ ଦୌଡୁଥିଲା 
ସବୁଦିନ ବସରେ ଯିବା ଆସିବା ଚାଲିଥିଲା 
ଖୋଜିଲା ଆଖି ବୃଦ୍ଧଙ୍କୁ ଆଉ ଦେଖୁନଥିଲା 
ବର୍ଷା କିନ୍ତୁ ଜୋର ହେଉଥିଲା 
ଠାକୁରେ ତାଙ୍କୁ ଭଲରେ ରଖିଥାନ୍ତୁ ମାମାଲି କହୁଥିଲା 
ସମ୍ବିତ ଚମକି ପଡି ଭାବୁଥିଲା 
ମାମାଲି ବୋଧହୁଏ ପ୍ରତାରଣା କଲା 
କିନ୍ତୁ ସେମିତି କିଛି ନଥିଲା 
ପୁଣି ସମ୍ବିତ ସହ ହାଏ ହାଲୋ କଲା 
ଆଖି କିନ୍ତୁ ଭିଜୁଥିଲା ନିଧୂମ ବର୍ଷାରେ 
ବୃଦ୍ଧଙ୍କ ପାଇଁ ବୋଲି ସମ୍ବିତ ବୁଝିନଥିଲା 
ତ ବର୍ଷାରେ ଆଖିରେ କଣ ପଡିଲା 
ପ୍ରଶ୍ନ ରେ ମାମାଲିର ସମ୍ବିତ ଚମକି ପଡୁଥିଲା


Rate this content
Log in

Similar oriya poem from Abstract