STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଅନୁରୋଧ ତତେ ବର୍ଷା

ଅନୁରୋଧ ତତେ ବର୍ଷା

1 min
1

ବରଷାକୁ ଅନୁରୋଧ 
,,,,,,,,,,,,,,,,,,,,,,,,,,,,,,,,,,,,
ଆଷାଢ଼ରେ ଆଷାଢ ମେଘ ଆଣିଲୁ 
ସେ ମେଘକୁ ସୁନାକୁଅରେ ଭରିଲୁ 
ସୁନାକୁଅ ପାଣିରେ ଜଗନ୍ନାଥ ଗାଧେଇ 
ଶହେ ଆଠ ଗରା ଜଳ ସ୍ନାନ କରାଇ 
ଜର ଆସିଗଲା 
ଉପଚାର କେତେ ହେଲା 
ଫୁଲୁରି ତେଲ ବାସିଲା 
ପଟି ଦିଅଁ ଦର୍ଶନ ମିଳିଲା 
ଅଲାରନାଥ ଗଲେ ଭକ୍ତ 
ନବଯୌବନ ଦର୍ଶନ ଦେଇ ଜଗନ୍ନାଥ 
ଗୁଣ୍ଡିଚା ବାଡ଼ି ରଥେ ଗଲେ 
ଭାଇ ଭଉଣୀ ସାଥେ ନେଲେ 
ଲଷ୍ମୀମାଆ ଋଷି ହେରାପଞ୍ଚମୀ ଦିନ 
ରଥ କାଷ୍ଠ ଭାଙ୍ଗିଦେଲେ 
ଭକ୍ତ ଭଗବାନ କରାଇ ମିଳନ 
ନବଦିନ ଯାତ୍ରା କରି ସମାପନ 
ଫେରିଲେ ଗୋସେଇଁ ବଡଦାଣ୍ଡେ 
ଏକାଦଶୀ ତିଥିରେ ସୁନା ପିନ୍ଧି ମୁଣ୍ଡେ 
ଅଧର ପଣା ପିଇ ଓ ପିଆଇ 
ଲଷ୍ମୀମାକୁ ରସଗୋଲା ଦେଇ ଦେଲେ ମନାଇ 
ଶ୍ରୀ ମନ୍ଦିରକୁ ବିଜେ ଚକାଡୋଳା 
ଶ୍ରାବଣୀ ବରଷା କରେ ଲୀଳାଖେଳା 
ଝିପି ଝିପି ବରଷାରେ ଯାଆନା ସଜନୀ ଦରଶନେ 
ଜଗା ଖୋଜେ କାହ୍ନୁ ହୋଇ ରାଧାଙ୍କୁ ମନେ ମନେ 
ଜଳାନା ଶ୍ରାବଣ ତୁ ଏତେ 
ଜଗା ଭାବ ବିନୋଦିଆ ଗୁପତେ 
ଝୁରେ ରାଧା ମାଇ ଜାଣିବ ଯଦି ଲଷ୍ମୀମାଇ 
ରା଼ନ୍ଧିବନି ଆଉ ଷାଠିଏ ପଉଟି 
ଶ୍ରାବଣ ତୁ ଫେରିଯାଆ ନ ଆ ଲେଉଟି 
ଜଗା ହେଲେ କଳାକାହ୍ନୁ ସରିଯିବ କଥା 
ଭକ୍ତି ଭାବ ବନ୍ଧନରେ ଭକ୍ତର ଦେବତା 
ଯଦି ଗଲା ପ୍ରେମେ ହଜି ପାଇବନି ଭକ୍ତ ଖୋଜି 
ଯାଆ ତୁ ଶ୍ରାବଣ ଫେରି ହଜି ଆକାଶେ ଆଜି 
କଳିରେ କାଳିଆ ଟୋପାଏ ଲୁହ ଭକତିରେ ଯାଉ ଭିଜି 
ବରଷାତୁ ଖୋଜି ଖୋଜି ଆକାଶରେ ଯାଆ ହଜି


Rate this content
Log in

Similar oriya poem from Abstract