STORYMIRROR

Sunanda Mohanty

Children Stories Thriller Others

4  

Sunanda Mohanty

Children Stories Thriller Others

ପୁଷି ମାଉସୀ 

ପୁଷି ମାଉସୀ 

1 min
0

ବିଲେଇ ତୁ ଭାରି ଫୁଲେଇ 
ହେଉ ଗେଲେଇ 
ମୂଷା ମାରୁ ଘରେ ପଶି 
ବିଲି କେବେ ପୁଷି 
କେବେ ଯାଏ ଋଷି 
ଗୋଡ଼େ ହୁଏ ଘଷି 
ବିଲ୍ଲି ଯେବେ ମାଇଁ 
କହେ ମୂଷା କାଇଁ 
ବିଲ୍ଲି ଯେବେ ଖୁଡି 
ଖାଏ ଖୁଣ୍ଟି ମୁଢି 
ଡରେ ନାହିଁ ଆସୁ ବଢ଼ି 
ଫୁଲ ଫୁଟୁ ହୋଇ କଢି 
ମୁନା ଖେଳେ ଧରି ବଙ୍କୁଲି ବାଡ଼ି 
ବିଲ୍ଲି ଯେବେ ଡାକେ ମିଆଁଉ 
ମୁନା କରେ ନାଉ ନାଉ 
ପୁଷିକୁ କହେ କିଏ ମାଉସୀ 
ଆ ଦେବି ଆଉଁସି 
ଖେଳିବା ହସି ହସି 
ମୁନା ସାଥେ ହୋଇ ଖୁସି 
ବିଲ୍ଲି ବୋଲେ ମାଛ ଭାତ ଖାଇବି 
କ୍ଷୀର ରୁଟି ଚାଖିବି 
ମୂଷା ସାଥେ ଖେଳିବି 
ମୋ ବେକରେ ଦିଅ ଘଣ୍ଟି ବାନ୍ଧି 
ପଳେଇବେ ମୂଷା ହୋଇ ଛନ୍ଦି ରୁନ୍ଧି
ଅନ୍ଧାର ରାତିରେ ବିଲ୍ଲୀର ଆଖି 
ଦିଶେ ସତେ ଜଳନ୍ତା ପକ୍ଷୀ 
ବାଘ ନଦେଖିଲେ ବିଲେଇ ଦେଖ 
ଶୀକାର କରିବା କୌଶଳ ଶିଖ 
,,,,,,,,,,,,,,
ସୁନନ୍ଦା ମହାନ୍ତି 
ସାକ୍ଷୀଗୋପାଳ 
ପୁରୀ 
9040977327


Rate this content
Log in