STORYMIRROR

Manorama Mohanty

Tragedy

3  

Manorama Mohanty

Tragedy

ଦିନ ସବୁ ଗଲା ଚାଲି

ଦିନ ସବୁ ଗଲା ଚାଲି

1 min
172


ଜୀବନ ଯନ୍ତ୍ରଣା କରେ ଅସ୍ତବ୍ୟସ୍ତ 

ଛାତି ରେ ଅସହ୍ୟ ବ୍ୟଥା

ବୃଦ୍ଧାବସ୍ଥା ଆସି ପାଶେ ଉପଗତ 

ସେଥିପାଇଁ ବଡ଼ ଚିନ୍ତା।


ସଂସାର ବୋଝକୁ ମୁଣ୍ଡରେ ମୁଣ୍ଡେଇ 

ଆଉ କି ପାରିବି ଚାଲି

ସେପାରି ରୁ ମୃତ୍ୟୁ ଇଶାରା ଦେଲାଣି 

ନାହିଁ ଆଉ ବେଶୀ ଡେରି |


ଭାବିଥିଲି ମନେ କରିବାକୁ ଯାହା

ସବୁ ରହିଗଲା ଅଧା 

ଆସିଥିଲି ଏକା ଏବେ ଯିବି ଏକା

ସାରି ସଂସାର ସଉଦା |


ଅସୁମାରୀ ଦୁଃଖ ହୃଦୟ ଭିତରେ

ଜମାଟ ବାନ୍ଧିଛି ଆଜି

ଯିବାବେଳ ହେଲା ଯିବାକୁ ପଡ଼ିବ

ଥକିଯାଏ ସୁଖ ଖୋଜି।


ଆଳସ୍ୟପଣ ରେ ଅବୁଝା ହୋଇ ମୁଁ 

ଲୋଭ ରେ ହୋଇଲି ବଶ

ପ୍ରଭୁ ଜଗନ୍ନାଥ ତୁମପାଦ ତଳେ 

ଜୀବନ ମୋ ହେଉ ଶେଷ |


ଏବେ ଆଉ ଭୁଲ ହେବନାହିଁ ମୋର

ଛାଡ଼ିବି ସଂସାର ମୋହ

ପ୍ରଭୁଙ୍କ ନାମ କୁ ଜପାମାଳୀ କରି

ସତ୍ୟ ରେ ରଖିବି ଲୟ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy