ଶେଷ ଜୀବନ
ଶେଷ ଜୀବନ


ଜୀବନ କାଳ ବାହୁଡ଼ା ବେଳ
ଲୋଭରେ ପଡ଼ି ଛାର ଖାର
ଖୋଜେ ସେ ଆଶା ବଞ୍ଚିବା ନିଶା
ନିମିଷେ କୁହେ କଠୋର ଭାଷା
ଲଢେଇ କରେ ଶେଷ ପାହାଚେ
ଭୁଲେଇ ନିଏ ସଭିଙ୍କୁ ସିଏ
କଣ ଜୀବନ ଏମିତି ହୁଏ
ଖଣିରେ ପୁଣି ବଦଳି ଯାଏ
ଥିଲା ଦିନେ ମଉଡ଼ମଣି
ଆଜି ସିଏ ଅଲୋଡା ପୁଣି
ଖାଇବା ପିଇବା ଅସାର ଥିଲା
ଏବେ କିନ୍ତୁ ସବୁ ସାରିଲା
ପ୍ରତୀକ୍ଷା କରି ଦିନ ଗଣତି
ଆଗ ପରି ସେ ନାହିଁ ପୀରତି
ହୁଏ ସେ ପ୍ରେମୀ ପ୍ରବଳ
ଜୀବନ ପ୍ରେମ ସେହି ତାହାର