STORYMIRROR

Balaram Pati

Abstract Inspirational Others

3  

Balaram Pati

Abstract Inspirational Others

କର୍ତ୍ତବ୍ୟ

କର୍ତ୍ତବ୍ୟ

2 mins
168

ହୀନିମାନ ନୁହେଁ ଏହି ମାନବତ୍ବର ଲକ୍ଷଣ 

ପରମ୍ପରା ନୁହେଁ ଏହି ପ୍ରେମର ବନ୍ଧନ 

ଖରା ବର୍ଷାର ଦୁଃଖ ଦୁର୍ଦ୍ଦିନର ମାପକାଠି ଏହି 

କେବେ ମାପି ଦେଖେ ପରିବାର ବର୍ଗ ତଥା କେବେ ବନ୍ଧୁଗଣ 

ହଜେଇ ଦିଏ ସାତ ସପନ ଯାହାର ଥାଏ କର୍ତ୍ତବ୍ୟରେ ମନ 

ବାପାର ଥାଏ ପୁଅ ପ୍ରତି କର୍ତ୍ତବ୍ୟ ପୁଅର ଥାଏ ବାପ ପ୍ରତି 

ସ୍ତ୍ରୀର ଥାଏ ସ୍ଵାମୀ ପ୍ରତି କର୍ତ୍ତବ୍ୟ ସ୍ଵାମୀର ଥାଏ ସ୍ତ୍ରୀ 

ମାଆର ଥାଏ ପିଲାଙ୍କ ପ୍ରତି କର୍ତ୍ତବ୍ୟ ପିଲାଙ୍କ ଥାଏ ମାଆ

ଭାଇର ଥାଏ ଭଉଣି ପ୍ରତି କର୍ତ୍ତବ୍ୟ ଭଉଣି ଥାଏ ଭାଇ 

ପ୍ରେମିକର ଥାଏ ପ୍ରେମିକା ପ୍ରତି କର୍ତ୍ତବ୍ୟ ପ୍ରେମିକାର ଥାଏ ପ୍ରେମିକ 

ଏମିତି ବହୁ ସମ୍ପର୍କରେ ବନ୍ଧା ଆମ ଜୀବନ 

ହେଲେ କ୍ଷଣିକରେ ଭୁଲେ ଅମୂଲ୍ୟ କର୍ତ୍ତବ୍ୟ 

କେବେ ଏଡେଇ ଯାଏ କାମ ବାହାନାରେ 

କେବେ ଅବା ଶରୀରର ଅସୁସ୍ଥତା ରେ 

ହେଲେ ସେ ଭୁଲି ଯାଏ ନିଜ ଅସ୍ତିତ୍ୱକୁ 

ନିଜ ଭିତରେ ଥିବା ମନୁଷ୍ୟତାକୁ 

ନିଜ ମନୁଷ୍ୟତାକୁ ମାରି ହୁଏ ସେ ମନୁଷ୍ୟ 

କାଳ ଶେଷ ହେଲେ ମନେ ପଡିଯାଏ 

ତାର ସେଇ ପୁରୁଣା ଦିନ ଯେବେ ସେ ମଧ୍ୟ ଏମିତି ଥିଲା 

କାନ୍ଦେ ପଶ୍ଚାତାପ କରେ ହେଲେ ବଦଳାଇ ପାରେନି 

ତାର ବର୍ତ୍ତମାନକୁ କେବେ ସେ ଯେମିତି ଶୁଣି ନଥିଲା 

ଏବେ ତାର ମଧ୍ୟ କେହି ଶୁଣିନାହିଁ 

କେବେ ସେ ଯେମିତି ଏଡେଇ ଯାଇଥିଲା ଆଜି ତାକୁ ମଧ୍ଯ କେହି ଏଡେଇ ଯାଇଚି 

ହଜି ଯାଇଚି ତା ସୁଖଶାନ୍ତି ନାହିଁ ତାର ସେ ଗର୍ବ 

ଭାଙ୍ଗିଯାଇଛି ଆଜି ତାର ସବୁ ସଞ୍ଚିତ ଦ୍ରବ୍ୟ 

କାହିଁ କେହିତ ଲିଭେଇ ଲେନି ତା ପ୍ରତି କର୍ତ୍ତବ୍ୟ 

ସେ କଣ ତାର ଯୋଗ୍ୟତା ହରେଇ ବସିଛି 

ଉତ୍ତର ଆସିଛି ନିଜ ଗୋଡ଼ରେ କୁରାଢ଼ି ମାରି ଅଜଣା ହେବାର ଅଭିନୟ କରୁଛି 

ବଦଳାଇ ପାରିନି ସେ ଅନ୍ୟର ଚିନ୍ତାକୁ କାହିଁକିନା ସେ ବି କେବେ ସେ ରାସ୍ତାର ପଥିକ ଥିଲା 

ଯେମିତି କରିଛି ସେମିତି ପାଇଚି 

ଗୋଟିଏ ଭୁଲ ପାଇଁ ପ୍ରଥା ବୁଡି ଯାଇଚି 

କର୍ତ୍ତବ୍ୟ ଏବେ ଶୁଣା ଶବ୍ଦ ପରି ସମାଜରେ ପ୍ରଚଳିତ 

କିଛି ନୂଆ ଶିଖାଇ ପାରିନି ଜୀବନରେ ଯିଏ 

କିନ୍ତୁ ଲୋପ କରିଯାଇଛି ଅମୂଲ୍ୟ ସିଏ 

ତେଣୁ ହେ ବୁଦ୍ଧିଜିବୀ କର୍ମ ପୂର୍ବରୁ ଚିନ୍ତା ଜରୁରୀ 

ବୁଦ୍ଧି ବିଚାରି କରିବ କାମ କେହି କହିବେନି ଅସଫଳ ଜାଣ 

କରିବ ଯେବେ ଉତମ କାମ ପାଇବ ତାର ସୁପରିଣାମ 

କର୍ତ୍ତବ୍ୟନିଷ୍ଠ ହୋଇବ ଯେବେ ସଂସାରେ ପୂଜା ପାଇବ ସେବେ 

କର୍ତ୍ତବ୍ୟ ବିନା ଜୀବନ ଅଧା ପଶୁ ପରି ଯେ ହୋଇବ ସଦା 

ମନୁଷ୍ୟ ଜୀବନ ସାର୍ଥକ ହେବ ଯେବେ ସେ ତାର କର୍ତ୍ତବ୍ୟ କରିବ 

ପରିବାର ହେଉ ଅବା ଦେଶ କର୍ତ୍ତବ୍ୟ ସବୁଠି ଶ୍ରେଷ୍ଠ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract