STORYMIRROR

SANJAYA KUMAR BEHERA

Tragedy Others

3  

SANJAYA KUMAR BEHERA

Tragedy Others

ଆଜିର ଶ୍ରୀରାମ(ସୀତା ବିବାହ)

ଆଜିର ଶ୍ରୀରାମ(ସୀତା ବିବାହ)

1 min
211

ହେ ଋଷି ଜନକ ତୁମେ ସିନା କହୁଚ

ସୀତାଙ୍କୁ ବିବାହ ଦେଇ

ବାଉନ ଭାର ଶିବଧନୁ ଉହ୍ଳାଇ ଦେବ

ତୁମରି କାନ୍ଧରୁ

ପିତା ମାତା ନଜାଣଲେ

ଏ ବିବାହ ହୋଇଯିବ ମୋହପାଇ

ଅଧିକ ବାରଶ ବାଉନ ଭରରୁ।


ମୁଁ ଜ୍ୟେଷ୍ଠ ପୁତ୍ର ପିତାଙ୍କର

ପିତା ନ ଜାଣିଲେ କିପରି ମୁଁ

ଗ୍ରହଣ କରିବି ପାଣି ତୁମରି କନ୍ୟାର

କି ବୋଲିବେ ନଗ୍ର ନାରୀ ନର

ମୋ ସାଙ୍ଗ ସାଥି ସାନ ଭାଇ

ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ପରିବାର

ଚାଲିକି ପାରିବିପଥର ।


ବୃଦ୍ଧ ବନିତା ବାର ନାରୀ

କରିବେ ଇଙ୍ଗିତ ମୋ ପଛରେ

ହୋଇ ଠାରା ଠରି ।


ବୋଲିବେ,

"ଜୈଷ୍ଠ ପୁତ୍ର ପିତାଙ୍କର

ଲମ୍ପଟ ଦୁରାଚାର କୁଳାଙ୍ଗାର

ଗମ୍ଭୀର ମାଛ ଏ ମଣିଷ

ୟାପାଇଁ ଅଗ୍ରସର ସାରା

କୁଟୁମ୍ବ ଭକ୍ଷିବାକୁ ବିଷ" ।


ହେ ଜନକ ! ମୁଁ ଜାଣି

ତୁମ କନ୍ୟା ପାଇଁ

ମୋ ଯୋଗ୍ୟତା ନାହିଁ

କରିବାକୁ ପାଣି ଗ୍ରହଣ

ତୁମ ମଙ୍ଗୁଳି କନ୍ୟାକୁ ବିଵାହ କରିବି

ଏଠି ପଡ଼ୁ ପିତାଙ୍କର ଚରଣ।


ପୁତ୍ର ସ୍ନେହି ପିତା ଅଟନ୍ତି ମୋ ପିତା

ଈଶ୍ବରଙ୍କ ଅବତାର

ତାଙ୍କରି ଆଦେଶେ ସୃଷ୍ଟି ଏ ଜୀବନ

ତାଙ୍କ ବିନା ନାହିଁ ଆନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy