STORYMIRROR

SANJAYA KUMAR BEHERA

Romance Others

4  

SANJAYA KUMAR BEHERA

Romance Others

ଭୂତ୍

ଭୂତ୍

3 mins
27


ସୂର୍ଯ୍ଯାଗ୍ନିର ଆତଙ୍କରେ 

ଚଢେଇମାନଙ୍କର 

କିଚିର୍ମିଚିର୍ ଶବ୍ଦ 

ଅଭାବ ପଡ଼ିଲାଣି ମଧ୍ୟାହ୍ନରେ

ସତରରୁ କୋଡ଼ିଏ ବର୍ଷର ଝିଅଟିଏ 

ଅଙ୍କାବଙ୍କା ରାସ୍ତାର ବାଁ ପଟେ

ଚାଲୁଥାଏ ଅଙ୍କେଇ ବଙ୍କେଇ।

ପିନ୍ଧିଥାଏ ସାଲଓ୍ବାର ପଞ୍ଚାଵି ଉପରେ

ପିନ୍ଧି ଥାଏ

ବୈଶାଖୀ ସୂର୍ଯ୍ୟର ଉନ୍ମାଦ କିରଣ ଟେ

ମୋ ଗାଁର ସୀମାନ୍ତରୁ

ଆଉ ଗୋଟିଏ ଗାଁର ସୀମାନ୍ତରେ

ପହଁଞ୍ଚିବାକୁ ଟିକିଏ ଡେରି ଯାଏଁ

ତା'ର ଚାଲିବାର କ୍ଷିପ୍ରତାରେ।


କେଜାଣି କେତେବେଳୁ

ମୋ ନଜର ଲାଖିଯାଇଛି 

ତା'ର କୋମଳ ଲାଲ୍ ରକ୍ତିମ

ଗୋଲାପୀ ଆଶାରେ।

ଏକା ଏକା ଚାଲିବାର

ସାହାସିକତାରେ।


ଆମ୍ବଗଛ ଛାଇରେ 

ମୁଁ ଖାଲି ହୋଇଥାଏ ଛିଡ଼ା

କ୍ଲାନ୍ତରେ ଦ୍ବିପାଦ ଜମିରେ 

ଧିକ୍କାର କରୂଥାଏ

ଆମ୍ବଗଛ ଛାଇ ରୁ

ସୂର୍ଯ୍ୟଙ୍କୁ ଖରାଙ୍କୁ, ଝାଂଜିପବନଙ୍କୁ

ଆଉ ଡାଉ ଡାଉ ତତଲା ବାଲି ଙ୍କୁ।

ପରନ୍ତୁ,

ସେ ଭାରି ଡରୁଥାଏ ନିଛାଟିଆ

ଆମ୍ବ ବାଣରେ ମୋର ଉପସ୍ଥିତି କୁ

ନରାସୁରର ବର୍ବରତାରକୁ।

ସୁତରାଂ

ସେଥିପାଇଁ ସେ 

ବୋଧହୁଏ ଚାହୁଁଥିଲା। 

ସୂର୍ଯ୍ୟ ଟା ଆଉ ଟିକିଏ ପ୍ରଖର 

ହୋଇଯାଉ 

କେବେବି ନ ଆସୁ ବାଦଲ୍

ଅନ୍ଧାର ଘୋଟିବାକୁ

ତା'ର ସେ ହାଡୁଆ ବକ୍ଷସ୍ଥଳର

ବିଧବା ବକ୍ଷଜକୁ

ସୁରକ୍ଷା ଦବାକୁ ।


ଯଦିଓ ଆଉ ଟିକିଏ ପରେ

ତା'ର ସୌନ୍ଦର୍ଯ୍ୟ

ମୁଁ ଯମାରୁ ଦେଖିନଥିବା 

ପ୍ରିୟତମା ଙ୍କୁ

ଟପିଯାଇ ଥାନ୍ତା।


କିଏ ସେ ଏ ରମଣୀ 

କେଉଁ ଠାରୁ କେତେବେଳୁ

ଚାଲିବା କରିଚି ଆରମ୍ଭ

ଜନ୍ମ ହେବା ପର ଦିନ ଠାରୁ

ନା ଆଜିର ସୂର୍ଯ୍ୟୋଦୟ ମଧ୍ୟ ଭାଗରୁ।


କ'ଣ ସେ ଚାଲିଚାଲି ଥକି ପଡୁନି 

ସମୟର ସ୍ଥିରାଙ୍କ ଗତିରେ

ପାଦର ଛଟ ପଟ ଯନ୍ତ୍ରଣା ରେ

ସୁଖ ଦୁଃଖର ଜୁଆର ଭଟ୍ଟାରେ 

ଆଉ ଯଦି ପ୍ରେମ କରୁଥାଏ 

ବାପା ବୋଉ ଙ୍କ ତାଗିଦ୍ ର ନିଶାନ୍ ରେ

ପ୍ରେମିକର ସନ୍ଦେହ ଦୃଷ୍ଟି ରେ ।


ଆଉ କେତେ ବାଟ ଚାଲିବ ସେ

ଏକା ଏକା ସୂରକ୍ଷାରେ

ମରିଚିକା ର ସମୁଦ୍ର ମଧ୍ୟରେ 

କେଉଁଠି ତା'ର ବିଶ୍ରାମ କକ୍ଷ ବା ଲକ୍ଷସ୍ଥଳ

ଆଗ ପାନ୍ଥନିବାସ ନା

ପ୍ରେମିକର ନିଳକୋଠା ବା ଚାଳଘର

କଲେଜ୍ ଛାତ୍ରୀ ନିବାସ ନା

ଯୌବନର ପୂର୍ଣ୍ଣତା ରକ୍ଷା ରେ

ପାହାଡ଼ ଆରପାଖ

ନିଛାଟିଆ ନଇକୋଳ ଶ୍ମଶାନ ଭୂଇଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance