STORYMIRROR

SANJAYA KUMAR BEHERA

Comedy Tragedy

2  

SANJAYA KUMAR BEHERA

Comedy Tragedy

ଆଜିର ଶ୍ରୀରାମ (ସୀତା ହରଣ)

ଆଜିର ଶ୍ରୀରାମ (ସୀତା ହରଣ)

1 min
91

ଦେଖ ଲକ୍ଷ୍ମଣ ଦେଖ

ଘର ଅଗଣାଟା ପୁରା ଠିଆମେଲା

କୁଆଡେ ଗଲେ ସେ ସୀତା !

ମଇଁଷି ଓ ଗାଈ

କୁକୁର ବିଲେଇ

ଜଙ୍ଗଲି ମାଙ୍କଡ ଘରେ ମାଳମାଳ କେତେ ।

ପୋଡଶି ଘରର କକା ଖୁଡି ଆଉ

ଭାଇ ଓ ଭାଉଜ

ମଉସା ମାଉସୀ ଯେତେ

କଣେଇ କଣେଇ ଚାହୁଁ ଅଛନ୍ତି ମୋତେ

କ'ଣ ହୋଇଛି ସତେ।।

ଘର ସମ୍ମୁଖରେ

ଚଟାଣ ଉପରେ

ମଟର ଯାନର ଚିହ୍ନ ।

ସେହି ଚିହ୍ନ ଦେଖି

ମନ ମୋ ଅଥୟ ଥୟ ଧରୁନାହିଁ

ଦେହ ଆଉ ମୋର ମନ ।।

ସୀତା କି ଅସୁସ୍ଥ

ସୁସ୍ଥ ହେବା ପାଇଁ

ଶହେଆଠ ଗାଡ଼ି ସୀତାଙ୍କୁ।

ଚିକିତ୍ସା ପାଇଁ କି ସାଥିରେ ନେଇଛି

କେଉଁ ଉତ୍ତମ ଡାକ୍ତର ପାଖକୁ।।

ଆରେ,

ସୀତା ତ ଅସୁସ୍ଥ ଯମାରୁ ନଥିଲେ

ଆମ୍ବୁଲାନ୍ସ କାଇଁ ଆସିବ।

ମନ ମଧ୍ୟର ମୋ ଭ୍ରାନ୍ତ ଭାବନା

କିଏ ଦୂର କରି ପାରିବ ।।

କାହିଁକି କେଜାଣି

ମନକୁ ମୋ ପାପ ଛୁଉଁଚି

ସୀତା କିବା ମୋତେ ପର କରିଦେଲେ

ଚାଲିଗଲେ ସିଏ

କେଉଁ ପ୍ରେମିକ ର ସାଥିରେ ।

ଅବା ହରିନେଲା କିବା ରାବଣ ତାହାଙ୍କୁ

ରଖିବାକୁ ଫୁଲ ସାଙ୍ଗରେ।।

ମୋତେ ଖୋଜିବାକୁ

ତୋତେ ପଠାଇଲେ

ନିଜେ ଗଲେ ସିଏ ହଜି।

କଉଠୁ ପାଇବି ମୋ ପ୍ରାଣ ମିତଣୀ

କିଏ ଦବ ଆଣି ଖୋଜି।।

ସୀତାଙ୍କ କଥାକୁ ଭୃକ୍ଷେପ

ନକରି ହରିଣୀ ପଛରେ ଧାଇଁଲି ।

ସେଥିପାଇଁ କିବା ଦଇବଠୁ ଦଣ୍ଡ

ପାଇଲି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy