ଢିଢା ଠୋଠା ବାଣ ଫୁଟା
ଢିଢା ଠୋଠା ବାଣ ଫୁଟା
1 min
337
ଜାଳିଦେ ଜାଳିଦେ ଦିପୁ
କାଉଁରିଆ କାଠି
ମାଟି ଦ୍ଵିପ ଘିଅ ବତି
ଝଲମଲ ଲିଚୁ ବଲବ୍
ଢିଢା ଠୋଠା ବାଣ ଫୁଟା।
କିଏସେ ଆସୁଛି
ଲଙ୍ଗଳା ହୋଇଛି
ମୁଣ୍ଡମାଳ ନାଇଚି
ରକତ ପିଉଛି
ତଳେ ଯିଏ ଶୋଇଚି
ତା'ପରେ ଠିଆହୋଇ
କାମୁଡି ପକାଇଲା ଜିଭଟା
ଢିଢା ଠୋଠା ବାଣ ଫୁଟା ।
କିଏସେ ଆସୁଛି
ଧନୁଶର ଧରିଛି
ଭାଇଭାର୍ଜ୍ଯା ସାଙ୍ଗରେ
ଝିଲିମିଲି ଆଲୁଅରେ
ଅଯୋଧ୍ୟା ଦାଣ୍ଡରେ
ଘରଦ୍ୱାର ଜନଶୂନ୍ୟ
ଜନଗହଳି ରାଜଭାଟିଟା
ଢିଢା ଠୋଠା ବାଣ ଫୁଟା ।
କିଏସେ ଆସୁଛି
ସୁନ୍ଦର ଦିଶୁଚି
ସାଙ୍ଗରେ ଧନ୍ବନ୍ତରୀ
ଅମୃତ କଳସ
ଶ୍ରୀହରି ହରସ
ଦାନା ପାଣି ତା' ଦୟାରେ
ପାଉଛି ସାରା ଦୁନିଆଁଟା
ଢିଢା ଠୋଠା ବାଣ ଫୁଟା ।
