STORYMIRROR

SANJAYA KUMAR BEHERA

Others

4  

SANJAYA KUMAR BEHERA

Others

ଢିଢା ଠୋଠା ବାଣ ଫୁଟା

ଢିଢା ଠୋଠା ବାଣ ଫୁଟା

1 min
341

ଜାଳିଦେ ଜାଳିଦେ ଦିପୁ

କାଉଁରିଆ କାଠି

ମାଟି ଦ୍ଵିପ ଘିଅ ବତି

ଝଲମଲ ଲିଚୁ ବଲବ୍

ଢିଢା ଠୋଠା ବାଣ ଫୁଟା।


କିଏସେ ଆସୁଛି

ଲଙ୍ଗଳା ହୋଇଛି 

ମୁଣ୍ଡମାଳ ନାଇଚି

ରକତ ପିଉଛି 

ତଳେ ଯିଏ ଶୋଇଚି

ତା'ପରେ ଠିଆହୋଇ

କାମୁଡି ପକାଇଲା ଜିଭଟା

ଢିଢା ଠୋଠା ବାଣ ଫୁଟା ।


କିଏସେ ଆସୁଛି

ଧନୁଶର ଧରିଛି

ଭାଇଭାର୍ଜ୍ଯା ସାଙ୍ଗରେ 

ଝିଲିମିଲି ଆଲୁଅରେ 

ଅଯୋଧ୍ୟା ଦାଣ୍ଡରେ

ଘରଦ୍ୱାର ଜନଶୂନ୍ୟ

ଜନଗହଳି ରାଜଭାଟିଟା 

ଢିଢା ଠୋଠା ବାଣ ଫୁଟା ।


କିଏସେ ଆସୁଛି

ସୁନ୍ଦର ଦିଶୁଚି

ସାଙ୍ଗରେ ଧନ୍ବନ୍ତରୀ

ଅମୃତ କଳସ

ଶ୍ରୀହରି ହରସ

ଦାନା ପାଣି ତା' ଦୟାରେ

ପାଉଛି ସାରା ଦୁନିଆଁଟା

ଢିଢା ଠୋଠା ବାଣ ଫୁଟା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍