STORYMIRROR

SANJAYA KUMAR BEHERA

Tragedy Others

3  

SANJAYA KUMAR BEHERA

Tragedy Others

ଆଜିର ଶ୍ରୀ ରାମ(ଗଙ୍ଗା ନଦୀ ପାର)

ଆଜିର ଶ୍ରୀ ରାମ(ଗଙ୍ଗା ନଦୀ ପାର)

2 mins
155

ଦିଅରେ ନାଉରୀ ଗଙ୍ଗା ପାଳିକରି

ଯିବୁ ଆମ୍ଭେ ମିଥିଳାକୁ।

ମିଥିଳା ନଗରେ ଜନକ ଦୁହିତା

ସ୍ଵୟମ୍ବର ପାଇଁ ଲକ୍ଷ ଲକ୍ଷ ନର

ବରବେଶ ସାଜି ଯୋଗ ଦେଇଛନ୍ତି

ପାଇବା କୁ ସୀତା ସତୀଙ୍କୁ ।


ଦୁଇ କୂଳ ଖାଇ ଉଚ୍ଛୁଳଇନଈ

ପାଳିକରି ଦିଅ ଆମ୍ଭକୁ

ପାଳିକରି ଦେଲେ ତୋ ପାଉଣା ଦେବୁ

ଠକଭଣ୍ଡ ନୁହଁ ଆମେ।

ଅଯୋଧ୍ୟାରେ ଘର ନାମ ରାମଚନ୍ଦ୍ର 

ଦଶରଥ ପୁତ୍ର

ଜାଣିରଖ ବାବୁ ତୁମେ ।


କହୁଅଛୁ ତୁହି

ପଥରୁ ନାରୀକୁ ଉଦ୍ଧାରିଲି ମୁହିଁ

ତାହାତ ନିରାଟ ସତ୍ୟ 

ଗୌତମ ପ୍ରିୟସି ଅହଲ୍ୟା ସୁନ୍ଦରୀ

ସ୍ବାମୀ ସାଥେ ଥିଲେ ପଥରେ ।

ସ୍ବାମୀ କଟୁବାକ୍ଯେ ମୁର୍ଚ୍ଛା ହୋଇଗଲେ

ପାଷାଣ ସାଜିଲେ ବାଟରେ

ଯେବେ ମୁଁ ମିଳିଲି ସେଠାରେ

ନିରପାନ୍ଯ ଦେଇ ମୁକତି କରିଲି

ଝଗଡ଼ା ତାଙ୍କର ସମାଧାନ କଲି

ସେତ ଚାଲିଗଲେ ତାଙ୍କ ବାଟରେ।


(ଗଙ୍ଗା ନଦୀ ପାର କଲା ପରେ)

ଧନ୍ୟ ରେ ନାଉରି ଧନ୍ୟ ତୋ ଜୀବନ

ଧନ୍ଯତୁ ଧିବର ପିଲା

ଦୁଇ କୂଳ ଖାଇ ବହୁଅଛି ନଈ

ଦଦରା ନାଆରେ ପାଳିକରି ଦେଲୁ ଆମ୍ଭକୁ।

ତୋ ପାଉଣା ପାଇଁ ସୁବର୍ଣ୍ଣ ମୁଦ୍ରିକା

ଦେଉଅଛି ମୁଁ ତୋ ହାତକୁ।


ଦଦରା ନାଆକୁ ମରାମତି କରି

ଅରଯିବୁ ବହୁଧନ ।

ସେଧନ ଦେଖିଲେ ପ୍ରିୟତମା ତୋର

ଖୁସି ହୋଇ ଯାଇ ନାଚି ଉଠିବରେ

ଝୁରିବ ସେ ରାତି ଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy