STORYMIRROR

SANJAYA KUMAR BEHERA

Romance Others

4  

SANJAYA KUMAR BEHERA

Romance Others

ପ୍ରତିବିମ୍ବ

ପ୍ରତିବିମ୍ବ

3 mins
322


ମୋ ଶୟନ କକ୍ଷରେ

ମୁଁ ଟାଙ୍ଗିଚି ବିରାଟ ଦର୍ପଣ

ଏପଟ ସେପଟ ହୋଇ

ମୁଁ ଦେଖୁଚି କୋଠରୀର

ସମସ୍ତ ବସ୍ତୁତ୍ଵ।


ଥାକଥାକ ବହିପତ୍ର 

ହ୍ଯାଙ୍ଗରରେ ଧାଡ଼ି ଧାଡ଼ି ପୋଷାକ

କେବେ ପୁର୍ଣ୍ଣ କେବେ ଅଧା ପାଣି ବୋତଲ

କେବେ କେବେ ଥାକରେ ମା ରଖିଥାଏ 

ବିସ୍କୁଟ ମିକ୍ ଶ୍ଚର ର ଭଜା ମଟର ସିଧା ବାଦାମ 

କେବେ କେବେ

ସିଝା କନ୍ଦମୂଳ ପାଚିଲା କଦଳୀ 

ପାଚିଲା ଆମ୍ବ ଆଦି କେତେ କ'ଣ ।

ପୁଣି, 

କେବେ କେବେ ମା ଚାଲିଆସେ

ଡ଼ାକି ଡ଼ାକି "ଆରେ ଏଯାଏ ଶୋଇନୁ

ରାତ୍ରି ଅନେକ ହେଲାଣି 

ଶୋଇ ପଡ଼ ଦେହ ଖରାପ ହେବ।

ରାତ୍ର ନପାହୁଣୁ ଡ଼ାକ ଛାଡ଼େ

"ଶିଘ୍ର ଉଠ ବେଳ ଆସି ମୁଣ୍ଡପରେ ।"

ଏସବୁର ଛବି ମୋତେ ଦେଖାଯାଏ

ଦର୍ପଣରେ।।


ପରନ୍ତୁ ଆଜି 

ମୁଁ ଦେଖୁଛି ମୋଛବି

ଠିଆହୋଇ ଦର୍ପଣ ଅଗରେ

ଦେହସାରା ମାଳମାଳ ହାଡ଼ 

ତା'ପରେ ଲାଚ୍ଛି ହୋଇଛି କଣ୍ଟାର ଚମଡା

ସେକଣ୍ଟା ଫୁଟିଯାଏ ଦେହରେ ମୋର

ଭିନ୍ନ ଶିହରଣ ବୋହି।

ତା'ପରେ ମୁଁ ହଜିଯାଏ

କେଉଁ ଏକ ଇଲାକାରେ

ପୃଥିବୀ ପରିତ୍ୟାଗ କରେ

ଯୁଦ୍ଧ କରେ

ନିଜେ ନିଜ ସାଥିରେ।

ହସ୍ତ ପାଦ ମୁଣ୍ଡ କଟିଯାଏ 

ଦର୍ପଣ ବି ଯାଏ ଲୁଚି ଆତଙ୍କରେ

ଧାର ଧାର ରକ୍ତ

ସ୍ଵେତରକ୍ତ ଧାର

ଖଣ୍ଡ ଖଣ୍ଡ ଉଷ୍ଣ ତୃଷାର ପ୍ରାୟେ

ପଡ଼େ ଖସି 

ଟଳମଳ ଧରିତ୍ରୀ ରେ।


ଆଖିରେ କଳା ଆଲୁଅର ଛାଇ

କାପୁରୁଷ ବଳ ଭରିଯାଏ ସର୍ବାଙ୍ଗରେ 

ତା'ପରେ ମୁଁ ଖୁଜେ ଦର୍ପଣ

ହସିଦିଏ ଦର୍ପଣ ଅଶବ୍ଦ ସ୍ବରରେ।

କହିଦିଏ

"ମୁଣ୍ଡଟା ଲାଚ୍ଛି ରହିଚି ଯେଉଁଠି ରହିବା କଥା 

ଥାକରେ ବହିପତ୍ର

ପୋଷାକ ହ୍ଯାଙ୍ଗରରେ

କୋଠରୀର ସାଜସଜ୍ଜା ରେ

ଘଟିନି ପରିବର୍ତ୍ତନ

ଖାଲି ବଦଳି ଯାଇଛି

ରୂପ ରଙ୍ଗ ଚେହେରା

ତୋ ଶରୀରର"।

ଦର୍ପଣ କୁ ନଶୁଭିବା ସ୍ବରରେ କହିଲି,

ନାଇଁ ନାଇଁ ଏଚବି ମୋର ନାହିଁ 

ଏ ନିଶ୍ଚେ ହୋଇଥିବ

ଯୁଦ୍ଧ ପଳାତକ ଦୁର୍ଯ୍ୟୋଧନ କି

ମରୁଭୂମିର କଣ୍ଟା ଭକ୍ଷଣ କାରି ଓଟର

ଅବା ପ୍ରତ୍ୟେକ ଦିନ 

ଏକ ନିର୍ଦ୍ଦିଷ୍ଟ ସମୟର

ଅପେକ୍ଷା ରତ କାମାତୁର ପୁରୁଷର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance