ଦୈତାରୀ ନିବାସ
ଦୈତାରୀ ନିବାସ
ଘରର ନାମ ଦୈତାରୀ ନିବାସ
ଘରଣୀ ନାମ ମଣି ଯଶୋଦା
ଗ୍ରାମର ନାମ ବଗଦାପୁର
ମାର୍କେଟ ନାମ ଅଦ୍ଭୁତିଆପଦା ।
ଗେଟର ନାମ ସିଂହଦ୍ଵାର
ପାଚେରୀ ନାମ ମେଘାମ୍ବରୀ
ପଡ଼େ।ସି ନାମ ଦାସେ ଆପଣେ
ଗଡ଼ିଆ ନାମ ପଚାପୋଖରୀ ।
କାନ୍ଥର ନାମ ସୁସଂପର୍କ
ଛାତର ନାମ କଳ୍ପଛାୟା
ଝରକା ନାମ ପ୍ରତୀକ୍ଷାଳୟ
, ରୋଷେଇ ଘର ଲକ୍ଷ୍ମୀଦୟା ।
ଅତିଥି ନାମ ଶିଷ୍ଟାଚାରୀ
ଦରଜା ନାମ ସ୍ଵାଗତିକା
କବାଟ ନାମ ଦର୍ଶନାକ୍ଷୀ
ଚଟାଣ ନାମ ସ୍ନେହଭିକ୍ଷା ।
କକ୍ଷର ନାମ ଫୁଲଝରା
&nb
sp; ପଲଙ୍କ ନାମ ତନ୍ଦ୍ରାଶଯ୍ୟା
ବିଛଣା ନାମ ପ୍ରୀତି ଫଗୁଣ
ତକିଆ ନାମ ସୁଖମାଧୁର୍ଯ୍ୟା ।
ଶୟନ ନାମ ପ୍ରେମ ପୀଯୁଷ
ରଜନୀ ନାମ ଜ୍ୟୋସ୍ନାହୁତି
ନିଦ୍ରାର ନାମ ତନ୍ଦ୍ରାଳସୀ
ବାହୁର ନାମ ମିଳନ ବିଶ୍ୱାସୀ ।
ଠାକୁର ଘର ଭକ୍ତି ଦୁଆର
ଅଗଣା ତଳ ତୁଳସୀ ଜଳ
ଭଣ୍ଡାର ଘର ବସ୍ତା ଆପାର
ଭୋଜନ ଭଜନ ଶାନ୍ତି ତରଳ ।
ତିନି ତାଲାର କୋଠା ଆମର
ଆକାଶ ଉଠା ଲାଗେ
କବାଟ କିଳି ଆମେ ଜଗୁଆଳି
ଫୋନ ବାଟକୁ ଜଗେ ।
ପୁଅ ବିଦେଶେ ବୋହୁର ପାଶେ
ଝିଅ ଗଲେଣି ଶାଣୁର ଦେଶେ
ଦୈତାରୀ ନିବାସ ପୂରା ଉଦାସ
ହଳେ ରୋଗିଣା ଭୋକିଲା ବେଶେ ।