ଅଭାଗା ମଣିଷ
ଅଭାଗା ମଣିଷ
ଅଭାଗା ମଣିଷ ଭାଗ୍ୟକୁ ଆଦରି
ଝୁରୁଛନ୍ତି ଅତୀତକୁ
ଭଲାରେ ଅକାଳ ହେଲୁ ସତେ କାଳ
ନିନ୍ଦୁଛନ୍ତି କପାଳକୁ ।
ପୋଷିଲା ପୁଅଟା ଆଖି ବୁଜିଦେଲା
ବେସାହାରା ବୁଢା ବୁଢୀ
ଅନାଥ ହୁଅନ୍ତି ପିଲାମାନେ କେତେ
ବାପା ମାଆ ଗଲେ ଛାଡି ।
କରୋନାର ଦାଉ ସୁନା ସ°ସାରକୁ
ବେସାହାରା କରିଦିଏ
ଲୁହ ବଖାଣଇ କୋହର କାହାଣୀ
ହୃଦୟ ବିଦାରି ଦିଏ ।
କଞ୍ଚା କି ପାଚିଲା ମାନୁନି କରୋନା
ମାନୁନାହିଁ ଧନୀ ମାନି
ଛୁଇଁ ଦେଲେ ପରା ଛନକା ପସୁଛି
ଜ୍ଞାନ ହରାଉଛି ଜ୍ଞାନୀ ।
ଗାଁ ରୁ ସହର ଦ୍ବିତୀୟ ଲହର
କରୋନା ଯାଉଛି ଚରି
ରାତି ପାହି ନାହିଁ ସକାଳ ଆସିନି
ସପନ ଯାଉଛି ମରି ।
ବେସାହାରା ଙ୍କୁ ତ ସାହାରା ହେବାକୁ
ସାହସ କୁଳୋଉ ନାହିଁ
କରୋନା ର କୋପ ଅଭିଶାପ ହୋଇ
କାଳେ ସେ ଆସିବ ଡେଇଁ ।
ରୋଗ ଯୋଗୁ ସିନା ବେସାହାରା କେତେ
ଭୋଗି ବି ଭୋଗନ୍ତି ଦଶା
ବେପାର ବୁଡିଲା ଚାକିରୀ ତ ଗଲା
ଭାବୁଭାବୁ ଉଡେ ହ°ସା ।
କପାଳକୁ ନିନ୍ଦେ ଅଭାଗା ମଣିଷ
ପାଦେପାଦେ ଲାଗେ ଡର
କରୋନାର ଦାଉ ଗ୍ରାସେ କାଳରାହୁ
ଚଉଦିଗ ଛାରଖାର ।