STORYMIRROR

Gayatri Singh

Tragedy Inspirational

3  

Gayatri Singh

Tragedy Inspirational

ଶେଷ କଥା

ଶେଷ କଥା

1 min
268

 


ଏମିତି କହିଦେଲେ ଯଦି ସହଜରେ କ୍ରୋଧକୁ ଦମନ କରି ହେଉଥାନ୍ତା

ତା'ହେଲେ ସମଗ୍ର ସଂସାରଟା ରାମ ରାଜ୍ୟ ହୋଇଯାଆନ୍ତା,

ସମସ୍ତେ ସତ୍ୟ ଧର୍ମ ନ୍ୟାୟର କଥା କୁହନ୍ତେ

ସମାଜରେ ଏତେ ଅରାଜକତା ହୁଅନ୍ତାନି 

ନିଜ ଅଧିକାର ପାଇଁ ପ୍ରତିବାଦ କରିବା

କଣ ଅପରାଧ ?

ନ୍ୟାୟ ସଂଗତ ଯୁକ୍ତି କରିବା କଣ ପାପ,

ଏ ସବୁ ଯଦି ଭୁଲ ହୁଏ ତା'ହେଲେ ମହାଭାରତ କଣ

ଅନ୍ୟାୟର ଯୁଦ୍ଧ ଥିଲା ?

ଯେଉଁ କ୍ଷେତ୍ରରେ ସ୍ୱୟଂ ଶ୍ରୀକୃଷ୍ଣ ଭଗବାନ ମୁଖ୍ୟ ଭୂମିକା ନେଇଥିଲେ।

ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବି ଗାନ୍ଧାରୀ ସବୁବେଳେ 

ଧର୍ମର ଜୟ ପାପର 

କ୍ଷୟ ହେଉ ବୋଲି କହୁଥିଲ

ଅଶ୍ୱତ୍ଥାମା ହତ ବେଳେ ସତ୍ୟର ପୂଜାରୀ ଯୁଧୁଷ୍ଠିର ବି

 ନିଜର ଶିକ୍ଷା ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ

ନର ବା ଗୁଞ୍ଜରେ ଅଶ୍ୱତ୍ଥାମା ହତ ବୋଲି କହିବାକୁ ପଛେଇ ନ ଥିଲେ

କିଏ କେତେ ପାପୀ କିଏ କେଉଁ ଅପକର୍ମ କଲା

ସେ ସବୁ ମହାଯାତ୍ରା ସମୟରେ ଜଣା ପଡିଲା

ସଂସାରରେ ମୁଁ, ମୋର,ମୋ ପାଇଁ

ଶବ୍ଦ ଭାରୀ ନିଷ୍ଠୁର ସ୍ୱାର୍ଥପର ମନେ ହେଲେବି

ତାହା ହିଁ ଅପ୍ରିୟ ସତ୍ୟ 

ଶ୍ମଶାନ ମୁହାଁ ରାମ ନାମ ସତ୍ୟ ପରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy