STORYMIRROR

Gayatri Singh

Tragedy Action Inspirational

4  

Gayatri Singh

Tragedy Action Inspirational

ମତେ ବଞ୍ଚିବାକୁ ଦିଅ

ମତେ ବଞ୍ଚିବାକୁ ଦିଅ

2 mins
15


ତୁମ ପରି ମୁଁ ବି ସୃଷ୍ଟିର ଜୀବ ଟିଏ

ମୋର ବି ବଞ୍ଚିବାର ଅଧିକାର ଅଛି

ଏ ସୁନ୍ଦର ସୃଷ୍ଟିକୁ ଉପଭୋଗ କରିବାର

ଇଚ୍ଛା ଅଛି,ଲାଳସା ଅଛି,ଆଗ୍ରହ ଅଛି ।

ମୁଁ ଅବଳା ନୁହେଁ

ମୁଁ ଦୁର୍ବଳା ନୁହେଁ

ମୁଁ କା' ହାତର ଖେଳଣା ନୁହେଁ

ମୁଁ ସୃଷ୍ଟି କରେ 

ଆବଶ୍ୟକ ସ୍ଥଳେ ବିନାଶ ବି କରେ

କୁରୁସଭା ତଳେ ବସ୍ତ୍ରହରଣ ବେଳେ

କୃଷ୍ଣା ପରି ମୁଁ କୃଷ୍ଣ ଙ୍କୁ ଡାକିବିନି 

ମୁଁ ଦୁର୍ଗା ପରି ସଂହାର କରିବି

ମାଂସ ଲୋଭୀ ପାପୀ ମାନଙ୍କୁ

ଯେବେ ଯେବେ ନାରୀ ଆଖିରୁ ଲୁହ ଝରିଛି

ପାପୀ ମାନଙ୍କର ବିନାଶ ହୋଇଛି,

ଇତିହାସ ସାକ୍ଷୀ ଅଛି ।

ଲକ୍ଷ୍ମୀବାଈ ଶୁକଦେଇ ପରି 

ମୋତେ ହେବାକୁ ପଡ଼ିବ

ନିଜ ଜୀବନ ଯୁଦ୍ଧରେ

ନିଜେ ସୈନ୍ୟ ସାଜିବାକୁ ପଡ଼ିବ ।

ମୁଁ ଉପଭୋଗ୍ୟ ନୁହେଁ

ମୁଁ ପ୍ରେରଣା ର ଉତ୍ସ । 

ଯାହା ଗର୍ଭରୁ ସାରା ସଂସାର ସୃଷ୍ଟି

ତାକୁ ବିନାଶ କରିବା,

ତାକୁ ଖିନଭିନ କରିବା

ତା ପ୍ରତି ଲୋଲୁପ ଦୃଷ୍ଟି ଦେଇ

ବିନାଶ ର କାରଣ ହୁଅନି

ନିଶ୍ଚିନ୍ତ ହୋଇଯାଅ

ବିନାଶ ର ପଥ ଦୂର ନୁହେଁ

ନିଜେ ନିଜକୁ ଭସ୍ମ କରିବା ପୂର୍ବରୁ ସୁଧୁରି ଯାଅ 

ନିଜ ମନ ମସ୍ତିଷ୍କ ଚିନ୍ତାଧାରାକୁ ସଜାଡି ନିଅ 

ମତେ ବଞ୍ଚିବାକୁ ଦିଅ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy