STORYMIRROR

Gayatri Singh

Classics Others

4  

Gayatri Singh

Classics Others

ଅଣସର ପିଣ୍ଡିରେ ଶ୍ରୀ ଜଗନ୍ନାଥ

ଅଣସର ପିଣ୍ଡିରେ ଶ୍ରୀ ଜଗନ୍ନାଥ

1 min
8


ସ୍ନାନ ଯାତ୍ରା ପରେ ଅଣସର ଘରେ

ଜ୍ବରରେ ପୀଡ଼ିତ ହେଇ

ଦେଖିବାକୁ ଗଲି ତୁମକୁ ପ୍ରଭୁ ହେ

ଫଳ ମୂଳ କିଛି ନେଇ ।

ଫୁଲୁରି ତେଲରେ ସେବା ଚାଲିଅଛି

ଷାଠିଏ ପଉଟି ନ ରୁଚଇ

ଆନନ୍ଦ ବଜାର ଖାଲି ଖାଲି ଲାଗେ

ମୋ ଆଖିରୁ ଲୁହ ଝରଇ ।

ଦରଶନ ବିନା ମନ ବୁଝେ ନାହିଁ

ଖାଲି ତୁମେ ଲାଗ ଆପଣାର

ନବଯୌବନ ରେ ଦରଶନ ଦେବ

କରିବନି କେବେ ପର ।

ତୁମ ଲୀଳା ଖେଳା ତୁମକୁ ହିଁ ଜଣା

ମୁଁ ତ ନିମିତ୍ତ ମାତର

ଘୋଷ ଯାତରା ରେ ବଡଦାଣ୍ଡେ ଦେଖା

ଏତିକି ସୁଦୟା କର ।

ରଥ ଯାତରା ରେ ରଥ ଗୀତ ଶୁଣି

ରଥ ତୁମ ଟାଣୁଥିବି

ରଥ ଚକ ତଳେ ଜୀବନ ମୁଁ ଦେବି 

ଦରଶନ ଯଦି ନ ପାଇବି।




Rate this content
Log in

Similar oriya poem from Classics