Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଅବ୍ୟକ୍ତ

ଅବ୍ୟକ୍ତ

1 min
266



ଜୟ ଜଗନ୍ନାଥ ପୁରୁଷ ଉତ୍ତମ

ଅବ୍ୟକ୍ତ ପରମେଶ୍ବର

ତୁମେ ଗୁଣାତୀତ ଅନନ୍ତ ଅଚ୍ୟୁତ

ବ୍ୟକ୍ତ ସର୍ବ ଚରାଚର ।

ତୁମେ ଗତିମୁକ୍ତି ଭୂତ ଭବିଷ୍ୟତ

ଚଳମାନ ବର୍ତ୍ତମାନ

ସଗୁଣ ସାକାର ପତିତପାବନ

ଲକ୍ଷ୍ୟ ପରମ କାରଣ ।

ଉଦ୍ଧରିଛ ବେଦ ସତ୍ୟ ଜ୍ଞାନାଲୋକ

ଯୁଗେ ଯୁଗେ ଅବତରୀ

ରକ୍ଷାକଲ ଭକ୍ତ ପୁତ୍ର ପ୍ରହଲ୍ଲାଦ

ନରସିଂହ ରୂପେ ହରି ।

ପିତା ଜମଦଗ୍ନି ମାତା ରେଣୁକାଙ୍କ

ଔରସୁ ହୋଇ ଜନମ

ଧର୍ମ ରକ୍ଷା ପାଇଁ ବୀର ପର୍ଶୁରାମ

କ୍ଷତ୍ରିୟ କଲ ନିଧନ ।

ପିତୃ ସତ୍ୟ ପାଳି ରାଜ୍ୟ କଲ ତ୍ୟାଗ

ବନେ ଚତୁର୍ଦ୍ଦଶ ବର୍ଷ

ରାମ ଅବତାରେ ମାରିଲ ରାବଣ

ଅନେକ ଦୁଷ୍ଟ ରାକ୍ଷସ ।

ବଧି କ°ସାସୁର ଅଘା ବକା କେଶୀ

ତୃଣାବର୍ତ୍ତ କାଳନେମୀ

କୃଷ୍ଣ ଅବତାରେ ଶ୍ରୀ ରାଧାବଲ୍ଲଭ

ପ୍ରେମମୂର୍ତ୍ତି ପୂର୍ଣ୍ଣକାମୀ ।

ସଦୟ ହୃଦୟ ଜ୍ଞାନେ ସ୍ଥିତପ୍ରଜ୍ଞ

ପ୍ରବୃଦ୍ଧ ବୁଦ୍ଧ ସ୍ୱରୂପେ

ବିତରିଲ ଦୟା କ୍ଷମା ସଦଗୁଣ

ବିନାଶି କାମନା ଚିତ୍ତେ ।

ଲୀଳାମୟ ତୁମେ ଚତୁର୍ଦ୍ଧା ମୂରତି

ନିଳାଚଳେ ଦାରୁବ୍ରହ୍ମ

କଳିର କଳ୍ମୁଷ ଆତଙ୍କ ସନ୍ତ୍ରାସ

ହର ଗ୍ଳାନି ପରାଭବ ।

ନିବାରଣ କର ସଙ୍କଟ ଅବ୍ୟକ୍ତ

ଦୁଃଖ କ୍ଳେଶ ମହାମାରୀ

ଅବତର ନାଥ କଳ୍କୀ ଭଗବାନ

ଜୟ ଜଗଦୀଶ ହରି ।

  


Rate this content
Log in

Similar oriya poem from Classics