STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ତ୍ରିରଙ୍ଗା

ତ୍ରିରଙ୍ଗା

1 min
243


ତିନୋଟି ରଙ୍ଗରେ ରଙ୍ଗୀନ କପଡା

ସ୍ମାରକୀ ପୁଣି ଦେଶର

ଦେଶର ପ୍ରତୀକ ଅଟେଜେ ତ୍ରିରଙ୍ଗା

ସ୍ୱରୂପଯେ ପତାକାର ll


କେଶରୀ ସଫେଦ ସବୁଜ ରଙ୍ଗର

ପତାକା ଅଟେ ସମ୍ଭାର

ପୀଙ୍ଗଳି ଭେଙ୍କୟା ବାହାର କରିଲେ

ତ୍ରିରଙ୍ଗା ଆମ ଦେଶର ll


କେଶରୀ ରଙ୍ଗଯେ ପ୍ରତୀକ ସାହସ

ସଫେଦ ଯେ ସତ୍ୟ ଶାନ୍ତି

ସବୁଜ ରଙ୍ଗଯେ ପ୍ରକୃତି ସଦୃଶ

ବିକାଶ ର ପ୍ରତିଶ୍ରୁତି ll


ଅଶୋକ ଚକ୍ରଯେ ମଝିରେ ସ୍ଥାନିତ

ଗର୍ବ ଗୌରବ ଦେଶର

ଚବିଶ ଅରଯେ ସମୟର ସ୍ରୋତ

ଯଶ ରଖ ବିଶ୍ୱାସର ll


ଜୁଲାଇ ମାସର ବାଇଶି ତାରିଖ

ମସିହା ଷଡ଼ଚାଳିଶ

ତ୍ରିରଙ୍ଗା ପାଇଲା ଜାତୀୟ ସମ୍ମାନ

ଉଡେସେ ଦେଶ ବିଦେଶ ll


ଜାତିର ଗୌରବ ତ୍ରିରଙ୍ଗା ଆମର

ଦେଶର ଯେ ପ୍ରତିନିଧି

କରିବା ସମ୍ମାନ ରଖିବା ମହତ୍ତ୍ୱ

ପତାକା ର ଯଶକୀର୍ତ୍ତି ll


ଜାତୀୟ ପର୍ବରେ ଉଡାଇ ତ୍ରିରଙ୍ଗା

ପାଳିବା ଜାତୀୟ ପର୍ବ

ସଂସଦ ଭବନେ ସର୍ବଦା ଉଡ଼ଇ

ନ୍ୟାୟାଳୟେ ଆମ ଗର୍ବ ll


ଦେଶର ସେବାରେ ଉତ୍ସର୍ଗ ଯବାନ

ପ୍ରାଣଦାନ ଯେବେ କରେ

ଶହୀଦ ନାମରେ ତ୍ରିରଙ୍ଗା ପକାଇ

ଦେଶ ସନମାନ କରେ ll


ବିଶ୍ୱରେ ପ୍ରସିଦ୍ଧ ତ୍ରିରଙ୍ଗା ଆମର

ପ୍ରକାଶେ ଜାତୀୟ ଧ୍ବଜା

ଲମ୍ବ ତିନି ଭାଗ ଓସାରରେ ଦୁଇ

ଦେଖିଲେ ଲାଗଇ ମଜା ll


ଭାରତ ମାତାର ସୁଯୋଗ୍ୟ ସନ୍ତାନ

କରିବା ଆସହେ ପଣ

ତ୍ରିରଙ୍ଗାର ମାନ ରଖିବା ସମ୍ମାନ

କରି ତାର ଜୟଗାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics