STORYMIRROR

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

1 min
343

ଅଗଷ୍ଟ ପନ୍ଦର ତାରିଖରେ ହେଲୁ

ପରାଧୀନତାରୁ ମୁକ୍ତି

ଜାତୀୟ ଉତ୍ସବ ରୂପରେ ପାଳିଲୁ

ଗାଇ ଜାତୀୟ ଗୀତି l


ବିଦେଶୀ କବଳୁ ସ୍ୱାଧୀନ ହୋଇଲୁ

ଉଡାଇ ଜାତୀୟ ନେତ

ଦେଶ ଇତିହାସେ ଏହି ଦିବସଟି

ସୁବର୍ଣ୍ଣେ ହେଲା ବର୍ଣ୍ଣିତ l


ପରାଧୀନ ବେଳେ ଦେଶର ଶାସନ

ଇଂରେଜୀ ଯେ କରୁଥିଲେ

ଦୁଃଖ କଷ୍ଟ ପୀଡା ଯନ୍ତ୍ରଣା ଦେଇକି

ଧନରତ୍ନ ଲୁଟୁଥିଲେ l


ବାଣିଜ୍ୟ ପାଇଁକି ନେଇ ଅନୁମତି

ରାଜୁତି ଦେଶରେ କଲେ

କୁଟ କପଟରେ ରାଜ୍ୟକୁ ଦଖଲ

ରାଜାଙ୍କ ଜୀବନ ନେଲେ l


ଏକତା ଅଭାବେ ହରାଇଲା ଦେଶ

ନିଜରଯେ ସ୍ୱାଧୀନତା

ପରାଧୀନ ହୋଇ କବଳିତ ହେଲା

ବ୍ୟକ୍ତିର ମାନବିକତା l


କହିବା ଚାଲିବା କରିବା ପୂଜିବା

ଆବଶ୍ୟକ ଅନୁମତି

ଅଧିକ ହାରରେ ନେଉଥିଲେ କର

ନ ଥିଲା ସହାନୁଭୂତି l


କେତେ ମହାବୀର ସଂଗ୍ରାମ କରିଲେ

ତେଜିଲେ ନିଜର ପ୍ରାଣ

ସ୍ୱାଧୀନତା ପାଇଁ ଲଢେଇ ଚାଲିଲା

କରିକି ନିଜର ପଣ l


ଏହି ଦିବସରେ ସ୍ମରଣ କରୁଯେ

ମହାପୁରୁଷଙ୍କ କଥା

କେତେ ଅତ୍ୟାଚାର ସହିକି ସେମାନେ

ବୁଝୁଥିଲେ ଦେଶ କଥା l


ଚନ୍ଦନ ତାନ୍ତିଆ ସୁରେନ୍ଦ୍ର ମଙ୍ଗଳ

ଲକ୍ଷ୍ମୀବାଇ ରାଜଗୁରୁ

ସର୍ଦ୍ଦାର ପଟେଲ ଲାଲ ପାଲ ବାଲ

ସୁବାଷ ବୋଷ ଦେଶରୁ l


ବିଶ୍ୱ ଯୁଦ୍ଧ ପରେ ବିଶ୍ୱ ଅର୍ଥନୀତି

ହେଲା ପୁଣି ଧରାଶାୟୀ

ସମ୍ଭାଳି ନପାରି ଇଂରେଜୀ ହଟିଲେ

ସ୍ୱାଧୀନତା ଚିରସ୍ଥାୟୀ l


ବିଦେଶୀ କବଳୁ ମୁକ୍ତିଯେ ଲଭିଲୁ ଶାସନ

କାଗଜରେ ସ୍ୱାଧୀନତା

ମୁଷ୍ଟିମେୟ ଲୋକ ହାତରେ ଶାସନ

ନାହିଁ ଆମ ନିଜସ୍ୱତା l


ବିଦେଶୀ ହଟିଛି ଆଇନ ରହିଛି

ଦରକାର ଯେ ସଂସ୍କାର

ସ୍ୱାଧୀନତା ନାମେ ହେଲେ ସ୍ୱେଚ୍ଛାଚାରୀ

ଗୁଣ ସବୁ ନେତାଙ୍କର l


ଆସ ସର୍ବେ ଆମେ ଶିକ୍ଷିତ ହୋଇକି

ଶାସନର ଭାର ନେବା

କର୍ତ୍ତବ୍ୟ ପାଳନେ ଅଧିକାର ମିଳେ

ଦେଶ ହିତେ ମନ ଦେବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics