Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

4  

Pratima Satpathy

Classics

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
361



ରାକ୍ଷୀ ପୂର୍ଣ୍ଣିମାରେ ପ୍ରଭୁ ବଳଦେବ

   ହୋଇଥିଲେ ଯେ ଜନମ

ଗାଁ ଗୁହାଳରେ ବଳଦ ବନ୍ଦାଣ

     ହେଉଥିଲା ଏହିଦିନ ।


ଫୁଲମାଳ ସବୁ ଗୋରୁଙ୍କୁ ପିନ୍ଧାଇ

     ଚକୁଳି ପିଠା ଖୁଆଇ

ଲୋକମାନେ ସବୁ ଖୁସି ହେଉଥିଲ

     ପାଳି ଯେ ଗହ୍ମାପୁନେଇ ।


ଏବେତ ଗାଁରେ ଗୁହାଳ ବଳଦ

      ଗଲେଣି ଉଭାନ ହୋଇ

ପୁରୁଣା ପ୍ରଥା ତ ଲୋପ ପାଇଲାଣି

    ଆଉ ଦେଖାଯାଉ ନାହିଁ ।


ମମତାର ଡୋରି ହାତେ ଧରି ତାର

ଭଉଣୀ ବାନ୍ଧଇ ରାକ୍ଷୀ

ବିପଦ ଆପଦ ନ ଆସୁ ଭାଇକୁ

      ଠାକୁରଙ୍କୁ କହେ ଡାକି ।


ଧୂପ ଦୀପ ଦେଇ ଭାଇକୁ ବନ୍ଦାଏ

     ଖୁଆଏ ଆନନ୍ଦେ ମିଠା

ଭଉଣୀର ଦୁଃଖେ ଭାଇ ଦୁଃଖି 

    ହୋଇ ବିପଦୁ କରିବ ରକ୍ଷା ।


ଭାଇ ଭଉଣୀର ସ୍ନେହ ଆଉ ପ୍ରେମ

    ସବୁଠାରୁ ଯେ ନିଆରା

ରକ୍ଷାବନ୍ଧନଟି ପବିତ୍ର ବନ୍ଧନ

    ସମସ୍ତେ ଜାଣନ୍ତି ପରା ।


ପ୍ରଭୁ ଜଗନ୍ନାଥ ଜଗତ ବାସୀଙ୍କୁ

     ଏ ବାରତା ଦେଇଛନ୍ତି

ଭଉଣୀଙ୍କୁ ସାଙ୍ଗେ ନେ଼ଇ ମହାପ୍ରଭୁ

     ଗୁଣ୍ଡିଚା ଯାତ କରନ୍ତି ।


ପବିତ୍ର ବନ୍ଧନେ କଳଙ୍କ କାଳିମା

    ବୋଲିବନି କେବେ କେହି

ଏ ଧରା ବୁକୁରେ ଯେତେ ଅଛ ଶୁଣ

     ସଭିଏଁ ଭଉଣୀ ଭାଇ ।


Rate this content
Log in

Similar oriya poem from Classics