STORYMIRROR

Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ଆଜାଦୀ କା ଅମୃତ ମହୋତ୍ସବ

ଆଜାଦୀ କା ଅମୃତ ମହୋତ୍ସବ

1 min
406

ଗର୍ବ ଗଉରବେ       ଜାତୀୟ ପତାକା

      ଉଡ଼େ ଆଜି ମହାକାଶେ,

ସ୍ବାଧୀନ ଭାରତ        ପ୍ରଗତିର ପଥେ   

       ତତ୍ପର ଅଛି ବିକାଶେ।


ସ୍ବରାଜ୍ୟ ଆମର     ଶାନ୍ତି ମୈତ୍ରୀ ବାର୍ତ୍ତା

      ପ୍ରଚାରେ ସମଗ୍ର ବିଶ୍ବେ,

ନୀତି ଆଦର୍ଶର       ଜୟ ଗାନ କରି

       ରହିଛି ସବୁରି ଶୀର୍ଷେ।


ଦେଶ ପ୍ରେମ ଦୀପ    କରେ ଆଲୋକିତ 

       ଦେଖାଏ ଜୀବନ ପଥ,

ଭାତୃଭାବ ବାନ୍ଧି     ଏକତାର ଡୋରେ

      ପୂର୍ଣ୍ଣ କରେ ମନୋରଥ।


ସତ୍ୟ ଓ ଅହିଂସା     ଜାତୀୟ ସଂହତି

       ଭାରତର ମହାମନ୍ତ୍ର,

ଐତିହ୍ୟ ସଂସ୍କୃତି      ତା' ଅକ୍ଷୁର୍ଣ୍ଣ ରଖି

       ଚାଲୁଅଛି ଗଣତନ୍ତ୍ର।


ସ୍ଵାଧୀନତାର ଏ       ପଚସ୍ତରୀ ବର୍ଷ

      ଆଣି ଦେଇଛି ସୌଭାଗ୍ୟ,

ମାତୃଭୂମି ସେବା      କରି ତାର ଟେକ

      ରଖିବାକୁ ହେବା ଯୋଗ୍ୟ।


ପାଳି ମହୋତ୍ସବ      ହୀରକ ଜୟନ୍ତୀ

       ଚଳାଇବା ଅଭିଯାନ,

ମାଆ ମାଟି ସାହା       ଦିଏ ପରିଚୟ

       ଗଢେ ଆମର ଜୀବନ।


ଦେଶ ଭକ୍ତି ପ୍ରୀତି      ହୃଦୟରେ ଆଣି

       କରିବା ଆମେ ସଂକଳ୍ପ,

ଭେଦାଭେଦ ଭାବ    ଈର୍ଷା ହିଂସା ଦ୍ବେଷ

      ସମୂଳେ କରିବା ଲୋପ।


ରାମରାଜ୍ୟ ସ୍ବପ୍ନ       କରିବା ସାକାର 

       ଯେତେକ ଅଛି ଅଧୁରା,

ଭାରତ ମାତାର      ହୋଇ ସୁସନ୍ତାନ

      ବଜାଇ ରଖିବା ଧାରା।


ଜୟ ମାତୃଭୂମି      ଜୟ ଦେଶବାସୀ

      ହୋଇ ରହିବୁ ସ୍ଵାଧୀନ,

ବନ୍ଦେ ମାତରମ୍       କରି ଜୟହିନ୍ଦ୍

       ରଖିବା ତାର ସମ୍ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract