STORYMIRROR

Dipti lekha Mishra

Tragedy Inspirational

4  

Dipti lekha Mishra

Tragedy Inspirational

ତୁମେ ମୋ ପ୍ରେରଣା

ତୁମେ ମୋ ପ୍ରେରଣା

1 min
189

ନିଜେ ନ ଖାଇ ଆମକୁ ଖୁଆଇଛ

ନିଜେ ଚିରା ପିନ୍ଧି ଆମକୁ

ପୂଜାପର୍ବରେ ନୂଆ ପିନ୍ଧାଈଛ

ସାରା ରାତି ଚେଇଁ ଆମକୁ

ବିଞ୍ଛଣାରେ ପବନ ଦେଇଛ

ଟିକେ ଆଞ୍ଚୁଡି ହେଲେ ଆମକୁ

ତୁମେ ଯନ୍ତ୍ରଣା ନିତି ପାଈଛ

ତୁମେ ପରା ଆମରି ବାପା

ମୋ ପ୍ରେରଣାଦାୟକ ବାପା॥


ଆଜି ଜୀବନର ସଂଘର୍ଷମୟ ସମୟରେ

ଆମର ସାହାଯ୍ୟ ତୁମକୁ ଲୋଡା

ଆମର ସେବା ଯତ୍ନ ପାଈଁ ତୁମେ ବ୍ଯାକୁଳ

ଆହା ପଦେ କହିବାକୁ କେହି ଜଣେ ଦରକାର

ହେଲେ କଣ ହେବ ଆମେ ନିରୁପାୟ

ତୁମେ ପରା ଆମକୁ ପର କରିଦେଲ

ଆଉ ଏକ ଘରର ଦାୟୀତ୍ବ ଛନ୍ଦିଦେଲ

ଝିଅ ଜନମ ପର ଘରକୁ କହି ଦୁରେଇଦେଲ

କାହିଁକି ବାପା ଏମିତି ତୁମେ କଲ ??


ତୁମର ଭଲ ମନ୍ଦ ବୁଝିବା ପାଇଁ କେହି

ଜଣେ ନିହାତି ଦରକାର

ଭଲ ଖାଦ୍ଯ ଟିକେ ଖୁଆଇବାପାଇଁ

ଅର୍ଥ ବି ଦରକାର

ତୁମ ଦେହ ଖରାପ ବେଳେ ଔଷଧ

ଖୁଆଇବାକୁ ଜଣେ ଦରକାର

ହେଲେ ଆମେ ନିରୁପାୟ ବାପା

ତୁମେ ତ ଆମକୁ ପର କରିଦେଲ

ଆଉ କାହା ଘରର ଡୋରରେ ବାନ୍ଧିଦେଲ ।


ସେଥିପାଇଁ ବୋଧେ ପୁଅ ଜନମ ହିଁ ଭଲ

ଜୀବନର ଅପରାହ୍ମରେ ନିଜ ବାପାମାଆଙ୍କ

ସେବା,ଯତ୍ନ ସହ ପାଖରେ ରହିପାରିବ

ଝିଅ ଜନମ ସତରେ ଖତଗଦା

ଗଣ୍ଡେ ବୋଝ ଉଠାଈବା ପାଇଁ ଜନ୍ମ

ନିଜ ଲୁହ ନିଜେ ପିଇବା ପାଇଁ ବାଧ୍ଯ

ଭଲକାମ କଲେ ବି ଗାଳି ଅନେକ ମିଳେ

ଅନ୍ୟ ଘରେ ଆଡଜଷ୍ଟ କରିବା ମୁସକିଲ୍ ବି

ତୁମଠାରୁ ଅଲଗା ନ ହୋଇ ରହିଥିଲେ ହୁଏତ

ଆଜି ତୁମେ ଏକା ହୋଈନଥାନ୍ତ ବାପା

ତୁମେ ଆମ ପ୍ରେରଣା ର ଉତ୍ସ

ତୁମେ ପରା ମୋ ଭଲ ବାପା ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy