ସେଦିନ ପ୍ରେମ ଭୁଲିବି କେମିତି
ସେଦିନ ପ୍ରେମ ଭୁଲିବି କେମିତି
ବସନ୍ତର ଆଗମନରେ ପାହାନ୍ତିଆ ସକାଳରେ
ଦେଖା ହୋଇଥିଲା ତୁମ ସହ ମୋର
ସବୁ ବନ୍ଧ ବାଡ ଭୁଲି ମୁଁ ଓ ତୁମେ ପ୍ରେମରେ
ଦୁହିଁଙ୍କର ହୋଇଥିଲେ ଅତି ଆପଣାର ।
ସେଦିନ ତୁମ ସହ ମୋର ସୁନ୍ଦର ପାର୍କରେ
ହୋଇଥିଲା ଦେଖା ଅତି ନିଆରା ଢଙ୍ଗରେ
ଦେଖାଦେଖି ହୋଇ ଡେଇଁଥିଲେ ପ୍ରେମ ପାଚେରୀ
ଆଉ ବାନ୍ଧି ହେଲେ ପ୍ରେମର ଶକ୍ତ ରଜ୍ଜୁରେ ॥
ଚକୋଲେଟ କି ଫୁଲ ପାଇଁ ନ ଥିଲା ଲୋଭ
ଥିଲା ଖାଲି ଯାହା ଆନ୍ତରିକତା ଓ ପ୍ରେମ
ଆଜି ସେ ସବୁ ଉହ୍ୟ ହୋଇଗଲାଣି ପ୍ରାୟ
ସବୁଆଡେ ଦିଶେ ଅନ୍ଧକାରମୟ ଓ ଭ୍ରମ ॥
ତୁମେ ସେଦିନ ବି ଅତି ସୁନ୍ଦର ଲାଗୁଥିଲ
ଆଉ ତୁମ ଭିତରେ ଥିଲା ମାନବିକତା
ହେଲେ ଆଜି ମୁଁ ଅନ୍ବେଷଣ କଲେ ବି
ପାଉନାହିଁ ସେ ସବୁ ହଜୁଛି ତା ପତ୍ତା ॥
ପୁଣି ଥରେ ଫେରିଆସ ବନ୍ଧୁ
ହେବା ଆମେ ଏ
କାଠି ଏଇଠି
ପୁଣି ଥରେ ଫେରାଅ ସେ ସବୁ ସ୍ମୃତି
ଭୁଲିପାରୁନି ମୁଁ ରଖିଛି ଗୋଟି ଗୋଟି ॥
ତୁମ ହାତରେ ଥିବ ବରଣମାଳା
ମୋ ହାତରେ ଥିବ ମଙ୍ଗଳସୁତ୍ର
ଦୁହେଁ ଦୁହିଁଙ୍କୁ ପିନ୍ଧାଇଦେବା
ନୂତନ ସଂପର୍କ ଗଢି ତୋଳିବା ।
ତୁମେ ମୋତେ ଦେଖୁଥିବ ଲୁଚିଛପି
ଆଉ ମୁଁ ତୁମକୁ ଝୁରୁଥିବି
ଆଗାମୀ ଭବିଷ୍ଯତରେ ରହିବାକୁ ସୁଖେ
ତୁମ ପାଇଁ ବିଭୂଙ୍କୁ ବର ମାଗୁଥିବି ॥
ତୁମେ ବଦଳିଗଲେ ମୁଁ ଅବାଟୁଆ ହେବି
ତୁମେ ପାଶେ ଆସିଲେ ପୁଣି ପୂର୍ବଭଳି
ଗୋଟିଏ ବି ମୂହୁର୍ତ୍ତ ରହିପାରେନା ସାଥୀ
ଫେରିଆସ କରିବିନି କେବେ ଜମା କଳି ॥
(ମୁଁ ଏ କବିତାଟି ଦୁଇଟି ପ୍ରେମୀ ଯୁଗଳର ଆତ୍ମ କଥାକୁ ନେଇ ଲେଖିଛି । ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ହେଲେ ହଠାତ ତାଙ୍କ ଦୁହିଁଙ୍କ ଭିତରେ ଲକ୍ଷ୍ମଣ ରେଖା ଟାଣି ହୋଇଗଲା। )