STORYMIRROR

Dipti lekha Mishra

Romance Others

3  

Dipti lekha Mishra

Romance Others

ସେ ମୁହୂର୍ତ୍ତ

ସେ ମୁହୂର୍ତ୍ତ

1 min
358

ତୁମେ ବା କେମିତି ଜାଣିବ

ମୁଁ ତୁମକୁ କେତେ ଭଲ ପାଏ

ଆଗରୁ ଯେମିତି ମୁଁ ଥିଲି

ଆଜି ବି ଠିକ୍ ସେମିତି ଅଛି

ହେଲେ ତମେ ବଦଳିଯାଇଛ।


ସେ ବର୍ଷା ଋତୁର ପ୍ରତି କଥା 

ଆଜି ମନ ପଡିଗଲେ ଅନେକ

ସୁଖ ଆଉ ଆନନ୍ଦ ମିଳୁଛି

ତୁମେ ଭୁଲିଗଲ ବୋଲି ଦୁଃଖ 

ତିଳେ ବି ନାହିଁ ମନରେ

ବର୍ଷା ସହ କିଛି ସ୍ମୃତି ଯାହା

ହୃଦୟକୁ ଶୀତଳ ଭୋଗ ଦେଉଛି।


ହେଲେ ମୁଁ ଜାଣିଛି ତୁମେ ବି

ନିଶ୍ଚୟ ଦିନେ ସେ ସ୍ମୃତି କୁ 

ଦୋହରାଇ ମୋତେ ଆପଣେଇବ

ଆଉ ମୋ ସ୍ବପ୍ନ ପୁରା କରିବ

ତେଣୁ ତ ମୁଁ ଆଜି ବି ଅପେକ୍ଷାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance