ଉଲଟା ପୁଲଟା ୧
ଉଲଟା ପୁଲଟା ୧
ଯେବେ ଝିଅ ଥିଲି ମୁଁ
ବହୁତ ଭଲ ଥିଲା
ସେ ଘଡିର ସ୍ମୃତି ।
ଝିଅ ରୁ ବୋହୁ ହେଲି
ଭଲ ଘଡି ଖୋଜୁଛି
ପାଉନି ତା ଗତି।
ଯେବେ ସ୍କୁଲ କଲେଜ ଯାଉଥିଲି
ଭାରି ଉତୁପାତ ହେଉଥିଲି
ଜଣାପଡୁନଥିଲା ଦିନରାତି ।
ଏବେ ଚାକିରୀ ରେ ମୁଁ ଯେ ବନ୍ଦି
ପାକଶାଳା ରେ ସରୁଛି ଶକ୍ତି
ମହଙ୍ଗା ଲାଗୁଛି ଦୁନିଆ ରୀତି।
ସୂର୍ଯ୍ୟ ଚନ୍ଦ୍ର ଦେଖି ଆନନ୍ଦେ
ଖେଳୁଥିଲି ତି ତା ତି
ପଢ଼ୁଥିଲି ଧରି କାଚବତୀ ।
ଏବେ କିନ୍ତୁ ସବୁ ଓଲଟା ପୁଲଟା
ଖେଳରେ ପଡୁନି ଇତି
ଜାଳୁଛି ଲୁହର ବତୀ।