ସେ ଦିନର ଘଟଣା
ସେ ଦିନର ଘଟଣା
ସେ ଦିନର ଘଟଣା
ନିଛାଟିଆ ରାତି,ଅନ୍ଧକାର ମୟ ସଡ଼କ ଉପରେ ଭଙ୍ଗା କାର୍, ତା ଭିତରେ କିଏ ଜଣେ ଜୀବିତ ଅବସ୍ଥାରେ ତଥାପି ବେହୋସ ।ତତକ୍ଷଣାତ୍ ତାଙ୍କୁ ମୁଁ ଚିତ୍କାର କରି ଡାକିଲି ହେଲେ ନା ,ସେ ଶୁଣିବା ତ ଦୂରର କଥା ମୋତେ ଅଧିକ ଭୟ ଲାଗିଗଲା । ତାକୁ ମୁଁ ଠିକ ଭାବେ ଡାକ୍ତରଖାନା ଯାଏଁ ନେଇପାରିବି କି ନାହିଁ ବାରମ୍ବାର ଭାବୁଥାଏ । ଖୁବ୍ ଜୋରରେ ମଦର ଦୁର୍ଗନ୍ଧ ଆସୁଥାଏ ।ବୋଧହୁଏ ସେ ଅଧିକ ମାତ୍ରାରେ ମାଦକଦ୍ରବ୍ୟର ସେବନ କରି ଦୁର୍ଘଟଣାର ଶିକାର ହୋଇଛନ୍ତି । ତଥାପି ମାନବିକତା ଦୄଷ୍ଟିରୁ ବଞ୍ଚାଇବା ମୋ ଧର୍ମ ଭାବି ତାଙ୍କୁ ବାହାରକୁ ଟାଣିଆଣିଲି ଆଉ ଏକ ପଟ୍ଟା ରିକ୍ସାରେ ପକାଇ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କଲି । ତାଙ୍କ ପ୍ୟାକେଟରୁ ଏକ କାର୍ଡ ମିଳିଲା ।ସେ କାର୍ଡର ଥିବା ଫୋନ ନମ୍ବରରେ କଲ୍ କରିବାରୁ ଏକ ମହିଳା ଉଠାଇଲେ ଆଉ ମୋଠାରୁ ଦୁର୍ଘଟଣା ଶୁଣିବା ପରେ ସେ ଚିଲାଇଲେ । ଆଉ ତା ପରେ ଫୋନ ରେ କିଛି କଥା ଶୁଭିଲାନି ବୋଧେ ୱାଇର ଛିଡିଗଲା ମହିଳାଙ୍କ ପଟୁ । ମହିଳା ଜଣଙ୍କ ବୋଧେ ଏ ଭଦ୍ର ଲୋକଙ୍କ ସ୍ତ୍ରୀ ଥୀଲେ । ପୁଣି ଏକ ନମ୍ବରରୁ ଫୋନ ଆସିଲା । ଫୋନରେ ଲେଖା ଥିଲା ମାଇ ଡାର୍ଲିଙ୍ଗ ।ଫୋନଟି ଉଠାଇବା ଆଗରୁ ଡାକ୍ତର ମୋତେ ବ୍ୟସ୍ତ ହେଲା ଭଳି କହିଲେ ଅତି ଶୀଘ୍ର ରକ୍ତ ଦରକାର । ରକ୍ତ ଯୋଗାଡ କରିବାକୁ ବାହାରିଲି । ପୁଣି ଫୋନ ଆସୀଲା ମାଇ ଡାର୍ଲିଙ୍ଗ ର ।ଫୋନ୍ ରେ ଠିକଣା ପଚାରିଲେ ଆଉ ମୁଁ କହିଲି । ରକ୍ତ ଅତି ଶୀଘ୍ର ଦରକାର କହି ଫୋନ ରଖିଦେଲି । କେଉଁଠାରୁ ମଧ୍ୟ ସେ ରକ୍ତ (ବି ନେଗେଟିଭ)ମିଳିଲାନି । ମହିଳା ଜଣକ ଆସୀ ପହଂଚିଲେ ଆଉ କାହାକୁ ଡାକିଲେ କ
ି ଜଣାଇଲେ ମୁଁ ଜାଣିନି କିନ୍ତୁ ସାଙ୍ଗେ ସାଙ୍ଗେ ରକ୍ତ ଯୋଗାଡ କରିଦେଲେ । ଭାରୁ ଖୁସି ଲାଗିଲା ଡାକ୍ତର ଆସି ଯେତେବେଳେ କହିଲେ ଡୋଣ୍ଟ ୱରି । ହି ଇଜ୍ ଆଉଟ ଅଫ ଡେଞର । ମୁଁ ମୋ ବାଟରେ ଯିବାକୁ ବାହାରୂଥିଲି। ମହିଳାଜଣକ ମୋତେ ଡାକି କହିଲେ ଆପଣଙ୍କୁ ଅନୈକ ଧନ୍ଯବାଦ ଭାଇ । ମୋର କେହି ଭଉଣୀ ନ ଥିଲେ ।ସେ ଆତ୍ମୀୟତା ର ସହ ଆଜିଯାଏଁ ଭାଇ କିଏ ଡାକିନି । ଯେଉଁମାନେ ବି ଭାଇ ଡାକନ୍ତି କେବଳ ମର୍ଯ୍ୟାଦା ପାଇଁ । କିନ୍ତୁ ଏ ଭାଇ ସ୍ବର ଖୁବ ନିଆରା ଥୀଲା । ମୋତେ ଭାରୀ ଆପଣାର ଲାଗିଲା । ଟିକେ ଅଟକିଗଲି ଆଉ ତାଙ୍କ ପାଖରୁ ଦୁଃଖଭରା କାହାଣୀ ଶୁଣି ମୁଁ ବି କାନ୍ଦିପକାଇଲି । ଭଦ୍ର ଲୋକ ଅନ୍ୟ ଏକ ସ୍ତ୍ରୀ ସହ ରହନ୍ତି ହେଲେ ସେ ଦ୍ବିତୀୟ ସ୍ତ୍ରୀ ଆଜି ୟାଙ୍କୁ ଘରୁ ଧକ୍କା ମାରି ବାହାର କରିଦେଇଛି । ଏଣୂ ୟାଙ୍କର ଏ ଅବସ୍ଥା ।
ମୁଁ ଧିକାର କରି କହିଲି ଛି..ଛି । ତୁମ ଭଳି ଧର୍ମପତ୍ନୀ ଥାଈ ବି ସେ ଅନ୍ୟ ସହ ରହୁଥିଲେ । ଏମିତି ଲୋକର ଜୀବନ ବଞ୍ଚାଇବା ପାଇଁ ମୁଁ ଛଟପଟ ହେଉଥିଲି ।
ସେପଟରୁ ଭଉଣୀ କହିଲେ ଭାଇ ସେମିତି କୁହନି । ତମେ ଏ ଭଉଣୀର ଶଙ୍ଖା ସିନ୍ଦୁର କୁ ଫେରାଇଛ ୟା ଠାରୁ ବଡ କଥା କିଛି ନାହିଁ । ତମେ ଚିନ୍ତା କରନି ଭାଇ ମୁଁ ଆଡଜଷ୍ଟ କରିନେବି ।
ମୁଁ ବି ତାଙ୍କୁ ଧନ୍ୟବାଦ ଦେଲି ଆଉ କହିଲି ମୋତେ ଏତେ ଆପଣା ଭାବୁଛ ,ଭାଇ ଡାକିଲ ତା ଠାରୁ ଖୁସି କଣ ବା ହୋଇପାରେ । ଭଗବାନ ତୁମର ମଙ୍ଗଳ କରନ୍ତୁ ଭଉଣୀ କହି ମୁଁ ଚାଲିଆସିଲି । ହଁ ଆସିବା ଆଗରୁ ତାଙ୍କ ଠିକଣା ବୁଝିନେଇଥିଲି ଆଗକୁ ସାବିତ୍ରୀ ଆସୁଛି ନା ଏଣୁ....