STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ରଜ ପର୍ବ ହେଲା ଜନଶୁନ୍ୟ

ରଜ ପର୍ବ ହେଲା ଜନଶୁନ୍ୟ

1 min
157


ଜନଶୂନ୍ୟ ଥିଲା ରଜ ପର୍ବ ଦିନ

ଅଦୃଶ୍ୟ ରୋଗର ଯୋଗୁଁ,

ସଙ୍ଗ ହୋଇ ଏବେ ଦୋଳି ଖେଳ ବନ୍ଦ

ବନ୍ଦ ହିଁ କରୋନା ଯୋଗୁଁ।୧।


ଏକତ୍ରିତ ହେବା ବନ୍ଦ ହୋଇ ଅଛି

ଦୂରତା କାରଣ ଯୋଗୁଁ,

ଲୋକ ଗହଳିରୁ ରୋଗର ତାଣ୍ଡବ

ଅତି ଭୟଙ୍କର ଯୋଗୁଁ।୨।


ଉତ୍ସବ ପାଳନ ନାହିଁ ହିଁ ବାହାରେ

ଉତ୍ସବ କରନ୍ତି ଘରେ,

ଗୃହରେ ଉତ୍ସବ ଗୃହସ୍ଥଙ୍କ ସଙ୍ଗେ

ଆନନ୍ଦ ଖୁସି ହିଁ ଘରେ।୩।


ସମୟ ଆଣିଛି ଅଦୃଶ୍ୟର ରୋଗ

ଦଇବ କରିଲା ଏହା,

ପୌରାଣିକ ପର୍ବ ଫିକା ପଡ଼ି ଗଲା

ସମୟର ଚକ୍ର ଏହା।୪।


ନିଃସ୍ୱାର୍ଥ କର୍ମରେ ସଫଳତା ମିଳେ

ନୂତନ ଟିକାର ଯୋଗୁଁ,

ମୃତ୍ୟୁ ସଞ୍ଜିବନୀ ହୋଇଛି ଏ ଟିକା

ବୈଜ୍ଞାନିକ କାର୍ଯ୍ୟ ଯୋଗୁଁ।୫।


ତୃତୀୟ ଲହରୀ ଅଦୃଶ୍ୟ ରୋଗର

ସମ୍ଭାବନା ଅଛି ପୁଣି,

ସହଯୋଗ ହୁଏ ଦୂରତା ରଖିଣ

ଆଣିଛି କର୍ତ୍ତବ୍ୟ ପୁଣି।୬।


ମାସ୍କକୁ ପିନ୍ଧିଣ ରହିଛନ୍ତି ଜନେ

କର୍ତ୍ତବ୍ୟର ପରିଚୟ,

ଆନନ୍ଦ ମନରେ ଟିକାକୁ ଲଗାନ୍ତି

ରାଷ୍ଟ୍ର ହିତେ ପରିଚୟ।୭।


ଖୁସିର ପର୍ବ ହିଁ ଆସିବଟି ପୁଣି

ସେହୁ ପୌରାଣିକ ପର୍ବ,

ନିରୋଗ ରହିବା ଅତି ଆବଶ୍ୟକ 

ପୁଣି ହିଁ ଆସିବ ପର୍ବ।୮।


ସୁରକ୍ଷିତ ହେଲେ ନିରୋଗ ହୋଇବ

ହସି ଉଠିବେ ହିଁ ଜନ,

ଗୌରବମୟ ହିଁ ଦେଶେ ଜନଜନ

ନିରୋଗ ହୋଇବେ ଜନ।୯।


ମଙ୍ଗଳମୟ ହିଁ ରାଷ୍ଟ୍ରର ନିର୍ମାଣେ

ଆତ୍ମନିର୍ଭରଟି ରାଷ୍ଟ୍ର,

ଖୁସି ଆନନ୍ଦରେ ରୁହନ୍ତୁ ଜନତା

ଆତ୍ମବିଶ୍ୱାସର ରାଷ୍ଟ୍ର।୧୦।


ଜନଶୂନ୍ୟ ଥିଲା ରଜ ପର୍ବ ଦିନ

ଅଦୃଶ୍ୟ ରୋଗର ଯୋଗୁଁ,

ସଙ୍ଗ ହୋଇ ଏବେ ଦୋଳି ଖେଳା ବନ୍ଦ

ବନ୍ଦ ହିଁ କରୋନା ଯୋଗୁଁ।୧୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy