STORYMIRROR

Mallika singh

Tragedy

3  

Mallika singh

Tragedy

ଚୁକ୍ତିନାମା

ଚୁକ୍ତିନାମା

1 min
159


କିଛି ଧ୍ଵନି ପ୍ରତିଧ୍ଵନି

ଆବେଗର ହିଲ୍ଲୋଳ-- 

ଟୁକୁରା ଟୁକୁରା ସ୍ମୃତି ସବୁ ଗୋଟେଇ ନେଇ

ପୃଥିବୀକୁ ସ୍ପର୍ଶ କରେ

ଅନ୍ୟ ଏକ ଜୀବନ ।।


ଅସମ୍ଭବ ଅନୁକମ୍ପା ନେଇ

ଫୁଲ ପକା ପ୍ରେମର ଆସକ୍ତିରେ

ଜୀବନ ରଙ୍ଗ ବଦଳି ଯାଏ......

ପୃଥିବୀକୁ ସ୍ପର୍ଶ କରୁଥିବା

ପ୍ରଥମ ଉଷାର ଅରୁଣିମା ଛୁଇଁ!!!


ନିୟନ୍ତ୍ରିତ ଯୌବନର ଶାଢ଼ୀ ଛୁଇଁ

କିଛି ସ୍ମୃତି ଖୋଜିବାର ବେଳେ

ହ୍ରୁଦୟର ଲହୁ ଲୁହେ

ହିସାବ ନିକାଶ ହୁଏ 

ଶୁନ୍ୟ ତାର ହା ହା କାର ନେଇ ...!!!


ଇଏ ପୁଣି ତ ଜୀବନ 

ପୁଣି

ଅନ୍ୟ ଏକ ଇଚ୍ଛା ର ପରିଧିରେ

ଚୁକ୍ତିନାମା ଲେଖିଦିଏ ..

ମୋ କ୍ଷବିତ କବିତାରେ

ପୃଥିବୀର ଇଲାକାରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy